Breaking News

ପିପିଲି ବ୍ଲକର ଦୁର୍ଗାଦାସପୁର ପଞ୍ଚାୟତ କାର୍ଯ୍ଯାଳୟ ଠାରେ ଜୋନ ସ୍ତରୀୟ କର୍ମୀ ସମ୍ମଳନୀ

ପିପିଲି----ପିପିଲି ବ୍ଲକର ଦୃର୍ଗାଦାସପୁର ପଞ୍ଚାୟତ ନିକଟରେ ବିଜୁ ଜନତା ଦଳ ର ୨୩ନମ୍ବର ଜିଲ୍ଲାପରିଷଦ  ଜୋନ ସ୍ତରୀୟ କର୍ମୀ ସମ୍ମଳନୀ ଅନୁଷ୍ଠିତ ହୋଇଯାଇଛି । ଏହିବୈଠକରେ   ଦୃର୍ଗାଦାସପୁର, ମଙ୍ଗଳପୁର, କୁଳଶେଖରପୁର, ଦାଣ୍ଡମକୁନ୍ଦପୁର, ସଂପୁର,ନୁଆଶାସନ,ଜଗନ୍ନାଥପୁର ଓ ହାଟସାହି ପଞ୍ଚାୟତର ବିଜେଡି ଦଳର ହଜାର ହଜାର ମହିଳା ଓ ପୁରୁଷ କର୍ମୀ ଯୋଗ ଦେଇଥିଲେ । ବୈଠକରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ରାଜ ଓ କୃଷି ବିଭାଗ ମନ୍ତ୍ରୀ ପ୍ରଦୀପ ମହାରଥି ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ସରକାରଙ୍କ ସଫଳ ଯୋଜନା ଉପରେ ଜନସାଧାରଣଙ୍କୁ ଆଲୋକପାତ କରିଥିଲେ । ଏହି ବୈଠକରେ ସଭାପତିତ୍ୱ ଓ ସଭା ପରିଚାଳନା କରିଥିଲେ ପିପିଲି ବ୍ଲକ ବିଜେଡି ସଭାପତି ପ୍ରଫୁଲ୍ଲ କୁମାର ସ୍ୱାଇଁ । ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଅଧକ୍ଷା କଳ୍ପନା ସାମନ୍ତରାୟ,ଉପାଧକ୍ଷ ଯୁଧିଷ୍ଠିର ସ୍ୱାଇଁ, ଜିଲ୍ଲାପରିଷଦ ଗିତାଜଂଳି ଦାସ, ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ କିଶୋର ଛୋଟରାୟ,ଯୁବନେତା ବିଶ୍ୱଜିତ ଦାସ,ପିପିଲି ବ୍ଲକ ମହିଳା ବିଜେଡି ସଭାପତି ଜୋସ୍ନା ପୁଷ୍ଟି ପ୍ରମୁଖ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କ ସରକାରରେ ସମସ୍ତ ଯୋଜନା ପ୍ରତ୍ୟକ ଘରେ ପହଞ୍ଚିଥିବା ବେଳେ ମହିଳାଙ୍କ ପ୍ରତି ସ୍ୱତନ୍ତ୍ର ସମ୍ମାନ ଓ ସ୍ଥାନ ମିଳିଛି କହିଥିଲେ ।  ଧରଣିଧର ସାହୁ ଆତ୍ମା ଅଧ୍ୟକ୍ଷ ପିପିଲି ତଥା ତେଇଶିପୁର ଗ୍ରାମ ପଞ୍ଚାୟତର ସମିତିସଭ୍ୟ  ସେ ତାଙ୍କ ବକ୍ତବ୍ୟରେ କହିଥିଲେ ବିଜୁ ଜନତା ଦଳ ସରକାର ଜନ୍ମ ରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା ଆଜି ସମସ୍ତଙ୍କୁ ବିଜୁ ଜନତା ଦଳରେ ସାମିଲି କରିପାରିଛି । ଆମର ରାଜନେତା ଗୁରୁ ତଥା ପଞ୍ଚାୟତରାଜ ଓ କୃଷି ମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ହାତରେ ହାତ ମିଶାଇବା ପାଇଁ ସମୟ ଆସିଛି । ଉପସ୍ଥିତ ହଜାର ହଜାର ମହିଳା ପୁରୁଷ ମାନେ ଶ୍ରୀ ସାହୁଙ୍କ କଥାକୁ ସମର୍ଥନ କରି ହରିବୋଲ , ହୁଳହୁଳି ପକାଇଥିଲେ  ।  ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ରାଧାମଣି ପ୍ରଧାନ,ଆଇନିଜିବି ଶ୍ରୀଧର ପ୍ରଧାନ,ରାଜ୍ୟ ଯୁବ ବିଜେଡି ସାଧାରଣ ସମ୍ପାଦକ ପ୍ରମୋଦ କୁମାର ମହାପାତ୍ର,ବ୍ଲକ ବିଜେଡି ଯୁବ ସଭାପତି ବ୍ଲକ ମନୋଜ ଦାସ,ସରପଂଚ ସଂଘ ସଭାପତି ପୁରୀଜିଲ୍ଲା ଓ ସରପଂଚ କଣ୍ଟି ପ୍ରକାସ ଧଳ,ଯୁବନେତା ଆର୍ତ୍ତବନ୍ଧୁ ସାମନ୍ତରାୟ,ପିପିଲି ବ୍ଲକ ମହିଳା ବିଜେଡି ସଭାପତି ଜୋସ୍ନା ପୁଷ୍ଟି,ମହିଳା ସଂଘ ସମ୍ପାଦିକା ଉମାମଣି ରଥ,ନିରୁପମା ମହାପାତ୍ର,ସରପଂଚ ଦୃର୍ଗାଦାସପୁର ବାସନ୍ତି ବେହେରା,ସମିତିସଭ୍ୟା ସୁଚିତ୍ରା ଚଉଁରି , ବିଜେଡି ଛାତ୍ର ସଭାପତି ପିପିଲି ସୌମ୍ୟ ରଂଜନ ମହାପାତ୍ର ଓ ଡେଲାଙ୍ଗ ବ୍ଲକ ବିଜେଡି ଛାତ୍ର ସଭାପତି ସୁଦିପ୍ତ ନାୟକ ଏବଂ ସରପଞ୍ଚ ସମିତି ସଭ୍ୟ,ସଭ୍ୟା ପ୍ରମୁଖ ଯୋଗ ଦେଇଥିଲେ । ଏହି ଜୋନ ସ୍ତରିୟ ବୈଠକ ନେତୃତ୍ୱ ନେଇଥିଲେ ବିଶ୍ୱଜିତ ଦାସ ।  
ପିପିଲିରୁ ବିଜୟ ମହାପାତ୍ର 
PIPILI BLOCK DURGADASHPUR PANCHAYAT KARYALAYA THARE JONE STARIYA KARMI SAMILANI
NEWS BY - BIJAYA MAHAPATA ( PIPILI )
SAKHIGOPAL NEWS

Blog Archive

Popular Posts