ରାସ୍ତା କରରେ ବିପଦ ପୂର୍ଣ ବିଦ୍ଯୁତ ଖୁଣ୍ଠ
ସାକ୍ଷୀଗୋପାଳ---କହିବା କାହାକୁ ସମସ୍ତେ ଦେଖି ନ ଦେଖିଲା ପରି ଯାଉଛନ୍ତି । ସତ୍ୟବାଦୀ ବ୍ଳକ ପ୍ରଗତି ପଥେ କଥା କହୁଥିବା ବେଳେ ରାସ୍ତା କରରେ ବିପଦ ପୁର୍ଣ୍ଣ ବିଦ୍ୟୁତ ଖୁଣ୍ଠ । କେତେବେଳେ ଅଘଟଣ ଘଟିବ କିଏସେ କହି ପାରିବ । ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଅଳଗୁମ ଗ୍ରାମ ପଞ୍ଚାୟତର ଜିପୁର ଗ୍ରାମ ମୁଣ୍ଡରେ ରହିଛି ଏକ ବିପଦ ପୂର୍ଣ୍ଣ ବିଦ୍ୟୁତ ଲୁହାର ଖୁଣ୍ଠ । ଏହା ଆଜିର ନୁହେଁ ଦୀର୍ଘ ଦିନ ହେବ ଏହିପରି ଅବସ୍ଥାରେ ରହିଛି । ଗ୍ରାମୁ ବିଦ୍ୟୁତ ଆସିବା ଦିନଠାରୁ ଏହି ବିଦ୍ୟୁତ ଖୁଣ୍ଠ ରହିଛି । ମାଟି ମୋରମ ରାସ୍ତା ବେଳେ ମାଟି ଖାଇଗଲା । ଏବେ ଗୋଡି ସମିଣ୍ଠେ ଢ଼ଲେଇ ରାସ୍ତା ଯିବାରୁ କିଛି ଅଂଶ ପୋତି ହୋଇଯାଇଛି । ଏହା ଏବେ କେଉଁ ସମୟରେ ଭାଙ୍ଗି ପଡିବ କହିବା ସମ୍ଭବପର ନୁହେଁ । ଏହି ଏହି ସମସ୍ୟାକୁ ନେଇ ଗ୍ରାମର କିଛି ଯୁବକ ମାନେ ବିଦ୍ୟୁତ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଏପରିକି ବିଦ୍ୟୁତ କର୍ମଚାରୀ କହନ୍ତି ବିଦ୍ୟୁତ ଖୁଣ୍ଠ ଭାଙ୍ଗିଲେ ଦେଖାଯିବ । ଏପରିକି ଅନେକ ଯାଗରେ ଏପରି ରହିଛି । ଏହି କଥାକୁ ସ୍ଥାନୀୟ ଯୁବକ ମାନେ ନା ପସନ୍ଦ କରି ଚୁପ ହୋଇ ରହିଛନ୍ତି । କେଉଁଦିନ ଏହି ବିପଦ ପୂର୍ଣ୍ଣ ବିଦ୍ୟୁତ ଖୁଣ୍ଠ ଭାଙ୍ଗିବ । ଏହି ରାସ୍ତା ଦେଇ ସବୁଦିନ ଛାତ୍ର ଛାତ୍ରୀ ଓ ଗ୍ରାମବାସୀ ମାନେ ଯିବା ଆସିବା କରୁଛନ୍ତି । ପବନ ହେଲେ ବିଦ୍ୟୁତ ଖୁଣ୍ଠ ଦୋହଳୁଛି । ଏ ସମ୍ପର୍କରେ ବିଦ୍ୟୁତ ବିଭାଗର ଜେଇ ସୂର୍ଯ୍ୟନାରାୟଣ ସେନାପତିଙ୍କୁ ପଚାରିବାରୁ ସେ କହନ୍ତି ମୁଁ ଏବିସୟରେ ଜାଣିନାହିଁ ବା ମୋ ପାଖରେ କେହି ଅଭିଯୋଗ କରିନାହାନ୍ତି । ଆପଣଙ୍କୁ ଖବର ପାଇଲି ତୁରନ୍ତ ବିପଦ ପୂର୍ଣ୍ଣ ବିଦ୍ୟୁତ ପୋଲ ହଟାଯିବ ବୋଲି ସେ କହନ୍ତି ।
ସାଧୀଗୋପାଳରୁ ଧୀରେନ୍ଦ୍ର ସେନାପତି
RASTA KADARE BIPADA PURNA BIDYUT KHUNTA
NEWS BY - DHIRENDRA SENAPATI ( SAKHIGOPAL )
SAKHIGOPAL NEWS