ପିପିଲିରେ ବିଜେଡିର ୨୧ ତମ ପ୍ରତିଷ୍ଠା ଦିବସ ପାଳନ , ମୁଖ୍ଯମନ୍ତୀଙ୍କ ବିକାଶ ଯୋଜନା ସମସ୍ତଙ୍କର ଆଗ୍ରହ ବଡାଇଛି ; ମନ୍ତୀ ଶ୍ରୀ ମହାରଥୀ
ପିପିଲି----ପିପିଲି ବିଜେଡି କାର୍ଯ୍ୟାଳୟ ଠାରେ ବିଜୁ ଜନତା ଦଳର ୨୧ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ବିଜୁ ପଟ୍ଟନାୟକଙ୍କ ପ୍ରତିମୁର୍ତ୍ତିରେ ପଞ୍ଚାୟତରାଜ ଓ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ଙ୍କ ସମେତ ପିପିଲି-ଡେଲାଙ୍ଗରୁ ବହୁ ମାନ୍ୟଗଣ ବ୍ୟକ୍ତି ପୁଷ୍ପମାଲ୍ୟ ଦେଇଥିଲେ । ପିପିଲି ବ୍ଲକ ବିଜେଡି ସଭାପତି ପ୍ରଫୁଲ୍ଲ ସ୍ୱାଇଁଙ୍କ ଅଧକ୍ଷତାରେ ଏକ ଆୟୋଜିତ ସଭାରେ ମନ୍ତ୍ରୀ ମହାରଥୀ ଯୋଗ ଦେଇ ବିଜୁ ଜନତା ଦଳ ଗଠନ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସହ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କ ବିକାଶ ଯୋଜନା ସମସ୍ତଙ୍କ ଘରେ ଘରେ ପହଞ୍ଚି ପାରିଛି । ସେଥି ଯୋଗୁ ଓଡିଶା ବାସୀଙ୍କର ବିଜେଡି ଦଳ ପ୍ରତି ଆଗ୍ରହ ବଢାଇଛି ବୋଲି ମନ୍ତ୍ରୀ ଶ୍ରୀ ମହାରଥୀ କହିଥିଲେ । ସେହିପରି ଅନ୍ୟମାନଙ୍କ ମଧ୍ୟରେ ଡେଲାଙ୍ଗ ବ୍ଲକ ବିଜେଡି ସଭାପତି ବୈରାଗି ଜେନା,ପିପିଲି ବ୍ଲକ ଅଧକ୍ଷା କଳ୍ପନା ସାମନ୍ତରାୟ,ଉପାଧକ୍ଷ ଯୁଧିଷ୍ଠିର ସ୍ୱାଇଁ,ଆତ୍ମା ଅଧକ୍ଷ ଧରଣିଧର ସାହୁ,ପୁରୀ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ କିଶୋର ଛୋଟରାୟ,ଡେଲାଙ୍ଗ ବ୍ଲକ ଅଧକ୍ଷ ପ୍ରସନ୍ନ ସାହୁ,ଜିଲ୍ଲାପରିଷଦ ସଭ୍ୟ ମଳୟ ମହାନ୍ତି,ଦେବାଶିଷ ନନ୍ଦ, ôରାଧାମଣି ପ୍ରଧାନ ଓ ଗିତାଞ୍ଜଳି ଦାସ,ପୁଷ୍ପାଞ୍ଜଳି ସାମଲ, ଡେଲାଙ୍ଗ ମିଶନ ଶକ୍ତି ମହିଳା ମହାସଂଘର ସମ୍ପାଦିକା ବାସନ୍ତି ସାହୁ,ଉମାମଣି ରଥ,ନିରୁପମା ମହାପାତ୍ର ଓ ମହିଳା ବିଜେଡି ସଭାପତି ପିପିଲି ବ୍ଲକ ଜୋସ୍ନା ପୁଷ୍ଟି ଓ ପିପିଲି ପୈାରାଞ୍ଚଳର ପୁର୍ବତନ ଅଧକ୍ଷ ଏସ କେ ବାବୁ,ଶରତ ବେହେରା,ଏନଏସି ଯୁବ ସଭାପତି ପ୍ରଫୁଲ୍ଲ କୁମାର ସାହୁ ,ରାଜ୍ୟ ଯୁବ ଜନତା ଦଳ ସାଧାରଣ ସମ୍ପାଦକ ପ୍ରମୋଦ ମହାପାତ୍ର,ପିପିଲି ଯୁବ ବିଜେଡି ସଭାପତି ମନୋଜ ଦାସଙ୍କ ସମେତ ପିପିଲି ଡେଲାଙ୍ଗରୁ ଆସିଥିବା ସରପଞ୍ଚ ଓ ସମିତିସଭ୍ୟ/ସଭ୍ୟାମାନେ ଏହି ବୈଠକରେ ଯୋଗଦେଇଥିଲେ । ବିଭିନ୍ନ ଦଳର ସମର୍ଥକ ମାନେ ବିଜେଡି ରେ ସାମିଲି ହୋଇଥିବା ଡେଲାଙ୍ଗ ବ୍ଲକ ଧାନକେରା ପଞ୍ଚାୟତ ସରପଞ୍ଚ ପ୍ରଶନ୍ନ କୁମାର ଜେନା ଓ ଅଭୟମୁଖୀ ସରପଞ୍ଚ ପ୍ରଶନ୍ନ କୁମାର ପରିଡା ଏବଂ ପିପିଲି ବ୍ଲକ ର ନୁଆଶାସନ ପଞ୍ଚାୟତ ସରପଞ୍ଚପ୍ରଫୁଲ୍ଲ ମେକାପକୁ ମନ୍ତ୍ରୀ ଶ୍ରୀ ମହାରଥି ସ୍ୱାଗତ କରିବା ସହ ସମ୍ବର୍ଦ୍ଦନା ଦେଇଥିଲେ । ବିଜୁ ଜନତା ଦଳର ବିକାଶ ମୁଳକ କାର୍ଯ୍ୟରେ ବିଜେଡି ଦଳରେ ସାମିଲି ହେବା ନେଇ ନିଜସ୍ୱ ମତ ରଖିଥିଲେ । ଏହି ପ୍ରତିଷ୍ଠା ଦିବସରେ ହଜାର ଜହାରସଂଖ୍ୟାରେ ଡେଲାଙ୍ଗ ଓ ପିପିଲିର ଦଳିୟ କର୍ମି ଉପସ୍ଥିତ ଥିଲେ ।
ପିପିଲିରୁ ବିଜୟ ମହାପାତ୍ର
PIPILIRE BJD RA 21 TAMA PRATISTHA DIBASA PALANA MUKHYAMANTRI NKA BIKASHA JOJANA SAMASTANKA AAGRAHA BADHAICHI MANTRI SRI MAHARATHI
NEWS BY - BIJAYA MAHAPATRA ( PIPILI )
SAKHIGOPAL NEWS