ପଞ୍ଚାୟତ ସ୍ତରୀୟ ପ୍ରିମିୟର ଲିଗ କିକ୍ରେଟ ; କିଙ୍ଗ କ୍ରୋବା ଦଳ ବିଜୟୀ
ଡେଲାଙ୍ଗ--- ଡେଲାଙ୍ଗ ବ୍ଳକର କଲ୍ୟାଣପୁର ୟଙ୍ଗ ଷ୍ଟାର ପକ୍ଷରୁ ଚତୁର୍ଥ ବାର୍ଷିକ ପଞ୍ଚାୟତ ସ୍ତରୀୟ ପ୍ରିମିୟର ଲିଗ୍ ମ୍ୟାଚ କଲ୍ୟାଣପୁର ହାଇସ୍କୁଲ ଖେଳ ପଡିଆରେ ଅନୁଷ୍ଠିତ ମ୍ୟାଚ ବ୍ଳୁ ରାଇଡର ଓ କିଙ୍ଗ କ୍ରୋବା ମଧ୍ୟରେ ପ୍ରଥମ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ପ୍ରଥମ ମ୍ୟାଚରେ ବ୍ଳୁ ରାଇଡର କ୍ରିକେଟ ଟିମ ୧୦ ଓଭର ୫ ବଲରେ ସମସ୍ତ ଉଇକେଟ ହରାଇ ୮୦ ରନ କରିବାରେ ସକ୍ଷମ ହୋଇଥିଲେ । ଜବାବରେ କିଙ୍ଗ କ୍ରୋବା ଦଳ ୧୦ ଓଭରରେ୪ଟି ବଲରେ ୪ ଉଇକେଟ ହରାଇ ୮୪ ରନ କରି ବିଜୟୀ ହୋଇଥିଲେ । ବେଷ୍ଟ କ୍ୟାଚ ସୁବତ୍ର ଭଟ୍ଟ ଓ ମ୍ୟାନ ଅଫ ଦି ମ୍ୟାଚ ସୁନୀଲି ତ୍ରିପାଠୀ ବିବେଚିତ ହୋଇଥିଲେ । ଗଣେଶ ସ୍ୱାଇଁ ଓ କବିନ୍ଦ୍ର ପ୍ରଧାନ ମ୍ୟାଚ ପରିଚାଳନା କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
PANCHAYAT STARIYA PREMIER LIGUE CRICKET KING COBRA DALA BIJAYI
NEWS BY - DHIRENDRA SENAPATI ( DELANGA )
SAKHIGOPAL NEWS