ମୁନିଦା ପଞ୍ଚାୟତରେ ପିଠା କାର୍ଯ୍ଯକ୍ରମରେ ଶତାଧିକ ପୁରୁଷ ଯୋଗଦେଲେ
ମୁନିଦା---ମୁନିଦା ଗ୍ରାମ ପଞ୍ଚାୟତର ରାଜିବ ଗାନ୍ଧୀ ପରିସରରେ ଅନୁଷ୍ଠିତ ପିଠା କାର୍ଯ୍ୟକ୍ରମକୁ ସ୍ଥାନୀୟ ସରପଞ୍ଚ ସନ୍ଦ୍ୟାରାଣୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ । ବ୍ଳକର ଜେଇ ଚିତ୍ରପଳା ନାୟକ , ପଞ୍ଚାୟତ ଅଧିକାରୀ ସୁଧୀର କୁମାର ଜେନା , ମହିଳା ଶିଶୁ ବିକାଶ ପ୍ରକଳ୍ପର ପରିଦର୍ଶିକା ସଂଘମିତ୍ର ବେହେରା ପ୍ରମୁଖ ଯୋଗଦେଇ ରାଜ୍ୟ ସକରାରଙ୍କ ବିଭିନ୍ନ ଯୋଜନା ଏଣିକି ପଞ୍ଚାୟତରେ ମଳିବ । ପିଠା କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ । ପୂର୍ବତନ ସରପଞ୍ଚ ନରେନ୍ଦ୍ର କୁମାର ପରିଡା ସଭାକାର୍ଯ୍ୟ ପରିଚାଳନା କରିବା ସହ ମୁଖ୍ଯମନ୍ତୀଙ୍କ ଯୋଜନା ମଧ୍ଯରେ ପିଠା ଯୋଜନା ସବୁଠାରୁ ଅନ୍ୟତମ । ମୁଖ୍ୟମନ୍ତୀଙ୍କ ପୀୟ ଓ ବିଶ୍ବାସ ଜନକ ମନ୍ତୀ ଭାବରେ କୃଷି ଓ ପଞ୍ଚାୟତ ରାଜ , ପାନୀୟ ଜଳ ଯୋଗାଣ ବିଭାଗ ମନ୍ତୀ ପ୍ରଦୀପ ମହାରଥୀ । ତାଙ୍କର ନିର୍ଦ୍ଦେଶ ସରକାରଙ୍କ ଯୋଜନା ସବୁ ପରିବାର ଯେପରି ପହଞ୍ଚିବ ତାଗୀଦ କରିଛନ୍ତିବୋଲି ଶ୍ରୀ ପରୀଡା କହିଥିଲେ । ଏବଂ ପିଠା ଯୋଜନାରେ ସାମିଲ ହୁଅ ପିଠା ଖାଇ ମନଖୁସି କରିବା ପାଇଁ କହିଥିଲେ । ପଞ୍ଚାୟତର ଯୋଗାଣ ସହାୟକ ମାନସ କୁମାର ପ୍ରଧାନ ଏହି କାର୍ଯ୍ଯକ୍ରମରେ ସହଯୋଗ କରିଥିଲେ । ଏହି ଅବସରରେ ୭୪ଜଣଙ୍କୁ ମଧୁବାବୁ ଭର୍ତ୍ତା, ୫ଜଣ କଳାକାର ଭର୍ତ୍ତା, ଗୃହ ନିର୍ମାଣ ପ୍ରୋସାହନ ରାଶି ୧୮ ଜଣ ଓ ଓଡିଶା ସରକାରଙ୍କ ରାଶନ କାର୍ଡ ୯୫ ଜଣଙ୍କୁ ପ୍ରଦାନ କରାଯାଇଥିବା ଜଣାପଡିଛି। । ଜନ ସାଧାରଣଙ୍କୁ ପିଠା ସମ୍ପର୍କରେ ସଚେତନତା ପାଇଁ ପାଲା, ଟିଭି, ସଭା ଓ ପ୍ରଦର୍ଶନୀ ମାଧ୍ଯମରେ ସଚେତନତା କରାଯାଇଥିଲା । ଡେଲାଙ୍ଗ ମିଶନ ଶକ୍ତି ମହିଳା ସଂଘଠନର ସମ୍ପାଦିକା ବାସନ୍ତୀ ସାହୁ । ଆଶା, ଅଙ୍ଗନବାଡି କର୍ମୀ, ମହିଳା ଗୋଷ୍ଠୀ , ବିଜୁ ଯୁବ ବାହିନୀ , ଶିକ୍ଷା, ସ୍ବାସ୍ଥ୍ଯ, ପାନୀୟ ଜଳଓ ବିଦ୍ଯୁତ ,କୃଷି ଆଦି ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି