Breaking News

ରାସ୍ତାରେ ମାଉଜର ଧରି ବୁଲୁଥିବା ବେଳେ, ପୋଲିସ୍ ଦ୍ବାରା ଯୁବକ ଗିରଫ


ଭଞ୍ଜନଗର -- ଭଞ୍ଜନଗର ଥାନା ଅଞ୍ଚଳରେ ଗତ କିଛି ଦିନ ହେଲା ଚୋରା ବନ୍ଧୁକ ଜବତ କରିବାରେ ପୋଲିସକୁ ଗୋଟିଏ ପରେ ଗୋଟିଏ ସଫଳତା ମିଳୁଛି । ଯାହା ଫଳରେ  ଅପରାଧିକ କାର୍ଯ୍ୟକଳାପ ରୋକିବାରେ ପୋଲିସ ସକ୍ଷମ ହୋଇପାରିଛି । ସେହି କ୍ରମରେ ରବିବାର ରାତିରେ ପୁଣି ଏକ ଚୋରା ପିସ୍ତଲ ଜବତ କରିଛି ପୋଲିସ । ଥାନାଧିକାରୀ  ଜୀବନାନନ୍ଦ ଦେଇଥିବା ସୂଚନା ପ୍ରକାରେ  ଏସଆଇ ସମୀର କୁମାର ସେଠୀ ଏବଂ  ପୋଲିସ କର୍ମଚାରୀଙ୍କ ସହିତ  ବିଳମ୍ବିତ ରାତିରେ ପେଟ୍ରୋଲିଂ କରୁଥିବା ସମୟରେ ଶାଳୁଆପଲ୍ଲୀ ଛକ ନିକଟରେ ଜଣେ ଯୁବକ ରାସ୍ତା କଡ଼ରେ ସନ୍ଦେହ ଜନକ ଭାବେ ଠିଆ ହୋଇଥିଲେ । ପୋଲିସ ସଂପୃକ୍ତ  ଯୁବକକୁ ସନ୍ଦେହ ହେବାରୁ, ପୋଲିସ ତାଙ୍କୁ  ଯାଞ୍ଚ କରିଥିଲେ  । ଯୁବକ ଙ୍କ ନାମ ଅଶୋକ କୁମାର ଭୂୟାଁ ବୋଲି ଜଣା ପଡିଥିଲା । ସେହି ସମୟରେ ତାଙ୍କ ଅଣ୍ଟାରୁ ଗୋଟିଏ ୯ ଏମ୍ ଏମ୍ ପିସ୍ତଲ, ଗୋଟିଏ ମାଗାଜିନ ଏବଂ ଦୁଇଟି ଜୀବନ୍ତ ଗୁଳି ଜବତ ହୋଇଥିଲା । ସେ ଉକ୍ତ ମାରଣାସ୍ତ୍ର ରଖିବା ସମ୍ପର୍କିତ କୌଣସି କାଗଜପତ୍ର ପୋଲିସକୁ ଦେଖାଇବାରେ ଅସମର୍ଥ ହୋଇଥିଲେ । ତେଣୁ ବେଆଇନ ଭାବେ ପିସ୍ତଲ ରଖିଥିବା ଅଭିଯୋଗରେ ଉକ୍ତ ଯୁବକକୁ ଗିରଫ କରିଥିଲା ପୋଲିସ । ଏହି ଘଟଣାକୁ ନେଇ ଭଞ୍ଜନଗର ଥାନାରେ ୯୨୬/୨୫ ଧାରା ଓ ୟୁ /ଏସ ୨୫(୧-ବି) (କ)/୨୫(୧-କ) ଅସ୍ତ୍ରଶସ୍ତ୍ର ଆଇନରେ ମାମଲା ରୁଜୁ ହେଇଥିବା ଭଞ୍ଜନଗର ଥାନା ଅଧିକାରୀ ଶ୍ରୀ ଜେନା ସୁଚନା ଦେଇଛନ୍ତି । ଅଭିଯୁକ୍ତ ଅଶୋକ ଭୂୟାଁକୁ ଗିରଫ କରି  କୋର୍ଟ ଚାଲାଣ କରାଯାଇଛି  । ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୧୧/୮/୨୦୨୫----୯,୨୫ Sakhigopal News,11/8/2025

Blog Archive

Popular Posts