ପୁଣି ହିରୋ ହେଲେ ଧନେଶ୍ବର , ପିପିଲି ବ୍ଳକର ଦୁର୍ଗାଦାସପୁର ,ପୁରୀ ପୌରାଞ୍ଚଳ ଓ ରୂପଦେଇପୁର ଶ୍ରେଷ୍ଠ ବିଜୁ ଯୁବ ବାହିନୀ
ପିପିଲି----ପିପିଲି ବ୍ଲକ ରୁପଦେଈପୁର ବିଜୁ ଯୁବ ବାହିନୀର ସଭାପତି ତଥା ନାହାମଙ୍ଗପାଟଣା ଭାର୍ଗବୀ ୟୁଥ କ୍ଲବ ସଭାପତି ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପୁଣିଥରେ ଧନେଶ୍ୱର ବେହେରାଙ୍କୁ ମିଳିଛି ମୁଁ ହିରୋ ମୁଁ ଓଡିଶା । ଧନେଶ୍ୱର ପୂର୍ବରୁ ଜିଲ୍ଲାସ୍ତରରେ ବିଜୁ ଯୁବ ବାହିନୀ ପକ୍ଷରୁ ମୁଁ ହିରୋ ସମ୍ମାନରେ ସମ୍ମାନିତ ହୋଇଥିବା ବେଳେ ଏବେ ପୁଣିଥରେ ଜିଲ୍ଲା ସ୍ତରୀୟ କନକ୍ଲେଭରେ ତାଙ୍କୁ ଏହି ସମ୍ମାନ ମିଳିଛି । ଧନେଶ୍ବରଙ୍କ ସହିତ ରାମଚନ୍ଦ୍ର ସାହୁ ,ନିମାପଡାର ଶଶି ଶେଖର ପଣ୍ଡା ଓ ପାପାଲିନ ମଙ୍ଗରାଜ ଓପୁରୀ ପୌରାଞ୍ଚଳରନେତ୍ରମଣି ସେଠୀଙ୍କୁ 'ମୁଁ ହିରୋ' ଭାବେ ସମ୍ମାନିତ କରାଯାଇଛି । ପୁରୀ ଜିଲ୍ଲାରେ ପିପିଲି ବ୍ଲକର ଦୁର୍ଗାଦାସପୁର ଗ୍ରାମପଞ୍ଚାୟତ , ପୁରୀ ପୌରାଞ୍ଚଳର୩୧ନଂ ଵାର୍ଡ ଏବଂ ରୁପଦେଇପୁର ଗ୍ରାମପଞ୍ଚାୟତକୁ ଶ୍ରେଷ୍ଠ ବିଜୁ ଯୁବ ବାହିନୀ ଭାବେ ପୁରସ୍କୃତ କରାଯାଇଛି । ପୁରୀ ଠାରେ ଆୟୋଜିତ ହୋଇଛି ଜିଲ୍ଲା ସ୍ତରୀୟ ୟୁଥ କନକ୍ଲେଭ । ରାଜସ୍ୱମନ୍ତ୍ରୀ ମହେଶ୍ୱର ମହାନ୍ତି ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇଥିବା ବେଳେ, ଜିଲ୍ଳାପାଳ ଜ୍ୟୋତିପ୍ରକାଶ ଦାସ, ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଉଦ୍ଧବ ଚରଣ ମାଝୀ, ଉପ ଜିଲ୍ଲାପାଳ ଓ ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଶ୍ରେଷ୍ଠ ବିଜୁ ଯୁବ ବାହିନୀ ଭାବେ ଦୁର୍ଗାଦାସପୁର ଗ୍ରାମ ପଞ୍ଚାୟତ ,ପୁରୀ ପୌରାଞ୍ଚଳର ୩୧ନଂ ଵାର୍ଡ ଏବଂ ପିପିଲି ବ୍ଳକର ରୁପଦେଇପୁର ଗ୍ରାମ ପଞ୍ଚାୟତର ବିଜୁ ଯୁବ ବାହିନୀକୁ ସମ୍ମାନିତ କରାଯାଇଥିଲା । ଦୁର୍ଗାଦାସପୁର ଓ ରୁପଦେଈପୁର ବିଜୁ ଯୁବ ବାହିନୀ ଓ ଧନେଶ୍ୱରଙ୍କ ଏହି ସଫଳତା ପରେ ସେମାନଙ୍କୁ ପଞ୍ଚାୟତିରାଜ ଓ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ସମେତ ପିପିଲି ବ୍ଲକ ଅଧ୍ୟକ୍ଷା କଳ୍ପନା ସାମନ୍ତରାୟ, ଉପାଧ୍ୟକ୍ଷ ଯୁଧିଷ୍ଠିର ସ୍ୱାଇଁ, ଆତ୍ମା ଅଧ୍ୟକ୍ଷ ଧରଣୀଧର ସାହୁ, ରୁପଦେଈପୁର ସରପଞ୍ଚ ପ୍ରଦୀପ୍ତ ମିଶ୍ର, ଜିଲ୍ଲା ପରିଷଦ ସଭ୍ୟା ଗୀତାଞ୍ଜଳୀ ଦାସଙ୍କ ସମେତ ବିଭିନ୍ନ ଜନପ୍ରତିନିଧି ଓ ଯୁବ ବଂଧୁ ମାନେ ଶୁଭେଛା ଜଣାଇଛନ୍ତି ।
ପିପିଲିରୁ ବିଜୟ କୁମାର ମହାପାତ୍ର