Breaking News

ଅରିଶଲରେ ପିଠା କାର୍ଯ୍ଯକ୍ରମକୁ ବ୍ଳକ ଅଧ୍ଯକ୍ଷ ଉଦ୍ଘାଟନ କଲେ


ଡେଲାଙ୍ଗ---- ଡେଲାଙ୍ଗ ବ୍ଳକର ଅରିଶଲ ଗ୍ରାମ ପଞ୍ଚାୟତରେ ମୁଖ୍ୟମନ୍ତ୍ରୀଙ୍କ ପିଠା କାର୍ଯ୍ୟକ୍ରମକୁ  ମୁଖ୍ୟ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ ଯୋଗଦେଇ ଉଦ୍ଘାଟନ କରିଛନ୍ତି । ମୁଖ୍ୟ ବକ୍ତା ଭାବରେ ଅତିରିକ୍ତ ବିଡିଓ ପ୍ରଦୀପ୍ତ କୁମାର ନାୟକ  ଓ ସମ୍ମାନୀତ ଅତିଥି ଭାବରେ ସମାଜ ମଙ୍ଗଳ ଅଧିକାରୀ ତପନ କୁମାର ଦାଶ,  ସମସତିସଭ୍ୟ ମଞ୍ଜୁ ପ୍ରଧନା , ଶିଶୁ ମହିଳା ପ୍ରକଳ୍ପର ପରିଦର୍ଶିକା ସଂଘମିତ୍ରା ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ   । ଅନୁଷ୍ଠିତ ସଚେତନତା ସଭାରେ ସରପଞ୍ଚ ଶ୍ରୀ ରତ୍ନାକର ପ୍ରଧାନ ସଭାପତିତ୍ୱ କରିଥିଲେ  । ପଞ୍ଚାୟତର ରାଜୀବ ଗାନ୍ଧି ଭବନ ପରିସରରେ ଅନୁଷ୍ଠିତ ସଭାରେ ବ୍ଳକ ଅଧ୍ୟକ୍ଷ ଶ୍ରୀ ସାହୁ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ ହିତକାର ଯୋଜନା ଏଣିକି ଘରେ ପହଞ୍ଚାଇବା ପାଇଁ  ସରକାର ଯୋଜନା ଏବେ ପ୍ରଣୟନ କରିବାକୁ ଯାଉଛନ୍ତି  ।  ଆମ ଗାଁ ଆମ ବିକାଶ ଯୋଜନାର ଏକ ଅପରିଛେଦ ଅଙ୍ଗ ହେଉଛି ପିଠା ବୋଲି ଶ୍ରୀ ସାହୁ କହିଥିଲେ  । ଯେପରି ମୁଖ୍ୟମନ୍ତ୍ରୀ ଗୋଟିଏ ଦିନରେ ୩ରୁ ୫ଟି ବ୍ଳକକୁ ୪୦ରୁ ୪୫ ଲକ୍ଷ ଟଙ୍କା ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ ଅନୁମୋଦନ କଲେ ଠିକ ସେହିପରି ପିଠା ମାଧ୍ୟମରେ ଉକ୍ତ ଯୋଜନା ଗୁଡିକ କିପରି ଚାଲିଛି ଏବଂ ସରକାରୀ ଯୋଜନାରୁ ବଞ୍ଚିତ ହେଉଥିବା ପରିବାର ଗୁଡିକ ନିଜ ପଞ୍ଚାୟତରେ ଅଭିଯୋଗ କରିଲେ ସେମାନଙ୍କ କାର୍ଯ୍ୟ ସଙ୍ଗେ ସଙ୍ଗେ କରାଯିବା ପାଇଁ ଏହି ଯୋଜନା କରାଯାଇଛି ବୋଲି ଏବିଡିଓ କହିଥିଲେ  । ଅନ୍ୟ ମାନଙ୍କ ମଧ୍ୟରେ ଶ୍ରମ ବିଭାଗ ପକ୍ଷରୁ ରାଜ୍ୟ ସମ୍ପାଦକ ହିନ୍ଦ ମଜୁଦୁର ସଭାର ଞ୍ଜାନ ରଞ୍ଜନ ଦାଶ, ଯୋଗାଣ ବିଭାଗର ନୀରିକ୍ଷକ,  ଡେଲାଙ୍ଗ ମିଶନ ଶକ୍ତି ମହିଳା ମହାସଂଘର ସଭାନେତ୍ରୀ ବିଦ୍ୟୁଲତା ସ୍ୱାଇଁଙ୍କ ସହ ବିଭିନ୍ନ ସଦସ୍ୟା , ଆଶା, ଅଙ୍ଗନୱାଡି କର୍ମୀ ମାନେ ଉପସ୍ଥିତ ରହିଥିଲେ  । ଏହି ଅବସରରେ କଳାକାର ଭର୍ତ୍ତା ୬ ଜଣ, ମଧୁବାବୁ ଭର୍ତ୍ତା ୧୫୩ଜଣ, ରାସନ କାର୍ଡ ୧୩୧ ଜଣଙ୍କୁ  ଓ ସରକାରଙ୍କ ଗାଇଡି ଲାଇନି ଅନୁଯାୟୀ ବା ସଠିକ ସମୟରେ ଗୃହ ନିର୍ମାଣ କରିଥିବାରୁ ସେମାନଙ୍କୁ ଆର୍ଥିକ ପ୍ରୋସାହନ ରାଶି  ବ୍ଳକ ଅଧ୍ୟକ୍ଷଙ୍କ ଉପସ୍ଥିତିରେ ବଣ୍ଟନ କରା ଯାଇଥିଲା  । ସେହପରି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରକ୍ତଚାପ ଓ ମଧୁମେହ ପରୀକ୍ଷା କରାଯାଇଥିଲା  । ବିଦ୍ୟୁତ ବିଭାଗ ପକ୍ଷରୁ ଏକ ଷ୍ଟଲ ଖୋଲା ଯାଇ ଯେଉଁ ପରିବାର ଗୁଡିକ ବିଦ୍ୟୁତ ସେବାର ବଞ୍ଚିତ ରହିଛନ୍ତି ସେମାନଙ୍କ ଠାରୁ ଦରଖାସ୍ତ ଗ୍ରହଣ କରାଯାଇଥିବାର ଦେଖାଯାଇଥିଲା । ଏହି ପିଠା କାର୍ଯ୍ୟକ୍ରମରେ ମହିଳା ସ୍ୱୟ ସହାୟକ ଗୋଷ୍ଠୀ ପକ୍ଷରୁ ବିଭିନ୍ନ କିସମର ପିଠା ତିଆରି କରାଯାଇ ପ୍ରଦର୍ଶିତ କରାଯାଇଥିଲା । 
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 
ARISALA RE PITHA KARYAKRAMA BLOK ADDHKSHYA UDGHATANA KALE
NEWS BY - DHIRENDRA SENAPATI
DELANGA 
SAKHIGOPAL NEWS

Blog Archive

Popular Posts