Breaking News

ଦୁହୁଡିସାହିରେ ଅଗ୍ନିକାଣ୍ଡ ଘଟି ତିନି ବଖରା ଘର ଜଳିଯିବା ସହ ଟଙ୍କା ପୋଡିଗଲା


ସାକ୍ଷୀଗୋପାଳ--- ସାକ୍ଷୀଗୋପାଳ ଥାନା ଅନ୍ତର୍ଗତ ବଳପୁର ଗ୍ରାମ ପଞ୍ଚାୟତର ଦୁହୁଡିସାହିରେ ରବିବାର ରାତି୭ଟାରେ ଗୁହାଳ ଘରେ ଦିଆଯାଇଥିବା ଧୂଆଁରୁ ଅଗ୍ନିକାଣ୍ଡ ଘଟି ଘନଶ୍ୟାମ ପ୍ରଧାନ, ମନୁଆ ପ୍ରଧାନ ଓ ସନିଆ ପ୍ରଧାନ ତିନି ଭାଇଙ୍କର ତିନି ବଖରା ଘର ପୋଡି ପାଉଁଶ ହୋଇଯାଇଛି । ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ଯାଇଥିବା ଜଣାପଡିଛି  । ବିଶେଷ କରି ଘନଶ୍ୟାମ ପ୍ରଧାନ ଘର ତିଆରି କରିବା ପାଇଁ ବ୍ୟାଙ୍କରୁ ୫୦ ହଜାର ଟଙ୍କା ଉଠାଇକି ଆଣିଥିଲେ  । ଏହି ଅଗ୍ନିକାଣ୍ଡରେ ସବୁ ପୋଡି ଯାଇଛି ବୋଲି ଘନଶ୍ୟାମଙ୍କ ସ୍ତୀ ଅନି ପ୍ରଧାନ କହନ୍ତି । ଖବର ପାଇ ସତ୍ୟବାଦୀରୁ ଅଗ୍ନିଶମ ବିଭାଗର ଅଧିକାରୀ ମନୋଜ ପାତ୍ର ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ  । ସ୍ଥାନୀୟ ସରପଞ୍ଚ ତ୍ରିନାଥ ମହାପାତ୍ର ଅଗ୍ନିବିପନ୍ନ  ପରିବାରଙ୍କୁ ଭେଟି ସମବେଦନା ଜଣାଇବା ସହ ଶୁଖିଲା ଖାଦ୍ୟର ବନ୍ଦୋବସ୍ଥ କରିଥିବାର ଜଣାପଡିଛି । 
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts