ପିପିଲି ବ୍ଳକର ଦାଣ୍ଡମୁକୁନ୍ଦପୁର ପଞ୍ଚାୟତରେ ପିଠା ଯୋଜନା ବାଣ୍ଟିଲେ କୃଷି ମନ୍ତୀ : ଶ୍ରୀମହାରଥୀ
ପିପିଲି-----ପିପିଲି ବ୍ଳକର ଦାଣ୍ଡମୁକୁନ୍ଦପୁର ପଞ୍ଛାୟତରେ ଅନୁଷ୍ଠିତ ପିଠା କାର୍ଯ୍ଯକ୍ରମରେ ମୁଖ୍ଯ ଅତିଥି ଭାବେ କୃଷି ଓ ପଞ୍ଚାୟତ ରାଜ ମନ୍ତୀ ପ୍ର ଦୀପ ମହାରଥୀ ଯୋଗ ଦେଇ ସରକାର ପିଠା ଯୋଜନା ଜନସାଧାରଣଙ୍କ ପାଖରେ ବାଣ୍ଟିଥିଲେ । ଏହି କାର୍ଯ୍ଯକ୍ରମକୁ ପଞ୍ଚାୟତର ସମିତି ସଭ୍ଯ ମଧୁ ସୂଦନ ପ୍ରଧାନ ସଭାପତିତ୍ବ କରିଥିଲେ । ବିଡିଓ ଶ୍ଯାମ ସୁନ୍ଦର ଟୁଡୁ ପ୍ରାରମ୍ଭିକସୁଚନା ପ୍ରଦାନ କରିଥିଲେ । ସରକାରଙ୍କ ପକ୍ଷରୁ ବିଭିନ୍ନ ଜନହିତକର ଯୋଜନା ଗ୍ରାମଞ୍ଚଳରେ ଲୋକଙ୍କ ପାଖରେ ପହଞ୍ଚିଛି କି ନାହିଁ ତାହା ଜାଣିବା ସହ ବାଦ ପଡିଥିବା ହିତାଧିକାରୀ ମାନେ ଏହି ପିଠା କାର୍ଯ୍ଯକ୍ରମ ମାଧ୍ଯମରେ ସାମିଲ ହୋଇ ପାରିବେ ବୋଲି ମନ୍ତୀ ଶ୍ରୀ ମହାରଥୀ କହିଥିଲେ । ଅନ୍ଯ ମାନଙ୍କ ମଧ୍ଯରେ ସରପଞ୍ଚ ମଞୁ ପଣ୍ଡା , ପିପିଲି ବ୍ଳକର ଜିଲ୍ଳା ପରିଷଦ ସଭ୍ଯ ଗୀତାଞ୍ଜଳି ପଣ୍ଡା , ଡେଲାଙ୍ଗର ଜିଲ୍ଳା ପରିଷଦ ସଭ୍ୟ ଦେବାଶିଷ ନନ୍ଦ , ପୂର୍ବତନ ଜିଲ୍ଳାପରିଷଦ ସଭ୍ଯ କିଶୋର ଛୋଟରାୟ,ପୂର୍ବତନ ସରପଞ୍ଚ ସୁକାନ୍ତ କୁମାର ପଣ୍ଡା ,ପଞ୍ଚାୟତର ମହିଳା ସଂଘର ସମ୍ପାଦିକା ଟୁନା ମଣି ମଲିକ, ପଞ୍ଚାୟତର ବିଜେଡି ସଭାପତି ହଜାରୀ ମହାନ୍ତି ଓ ବିଜୁ ଯୁବ ବାହିନୀର ସଦ୍ଯସ ମାନେ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ଯକ୍ରମରେ ମଧୁବାବୁ ଭର୍ତ୍ତା ୧୪୯ ,କଳାକାର ଭର୍ତ୍ତା ୧ଜଣେ ଓ ଗୃହ ନିର୍ମାଣପ୍ରେସାହନ ରାଶି ୯ ଜଣଙ୍କୁ ପ୍ରଦାନ କରାଯାଇଛି ବୋଲି ପଞ୍ଚାୟତ ଅଧିକାରି ମାନସ ରଞ୍ଜନ ଦାଶଙ୍କ ଠାରୁ ପ୍ରକାଶ । ସମନୀରିକ୍ଷର ପିୟଙ୍କା ପିୟଦର୍ଶନୀ ଏହି ପିଠା କାର୍ଯ୍ଯକ୍ରମରେ ଉପସ୍ଥିତ ରହିଥିଲେ । ସେହିପରି ବ୍ଳକର କୁଳଶେଖରପାଟଣା ପଞ୍ଚାୟତରେ ଅନୁଷ୍ଠିତ ପିଠା କାର୍ଯ୍ଯକ୍ରମରେ ବ୍ଳକ ଉପାଧ୍ଯକ୍ଷ ଯୁଧିଷ୍ଠିର ସ୍ବାଇଁ, ଆତ୍ମାର ଅଧ୍ଯକ୍ଷ ଧରଣୀ ଧର ସାହୁ ଓ ପୂର୍ବତନ ସରପଞ୍ଚ ସଦାଶିବ ଦାସ ଙ୍କ ସହ ଅନ୍ଯମାନେ ଉପସ୍ଥିତ ରହିଥିଲେ । ଗୋବିନ୍ଦପୁର ଠାରେ ଅନୁଷ୍ଠିତ ପିଠା କାର୍ଯ୍ଯକ୍ରମରେ ବ୍ଳକ ଅଧ୍ଯକ୍ଷା କଳ୍ପନା ସାମନ୍ତରାୟ ଓ ବ୍ଳକ ଉପାଧ୍ଯକ୍ଷ ଯୁଧିଷ୍ଠିର ସ୍ବାଇଁ, ଆତ୍ମାର ଅଧ୍ଯକ୍ଷ ଧରଣୀ ଧର ସାହୁ ପ୍ରମୁଖ ଯୋଗଦେଇ କାର୍ଯ୍ଯକ୍ରମକୁ ସଫଳ କରିବା ସହିତ ଏଥିରେ ଦଳମତ ନିର୍ବିଶେଷରେ ସମସ୍ତେ ସାମିଲ ହେବାକୁ ନିବେଦନ କରାଯାଇଥିଲା ।
ପିପିଲିରୁ ବିଜୟ ମହାପାତ୍ର
Peetha kjakarma