Breaking News

ଟିଟିଲାଗଡକୁ ଜିଲ୍ଳା ଦାବିରେ ନବୀନ ନିବାସକୁ ପଦଯାତ୍ରା

ଅତାବିରା--- ଟିଟିଲା ଗଡକୁ ଜିଲ୍ଲା ମାନ୍ୟତା ଦାବୀରେ ରଞ୍ଜନ ଖୁଆସ (୨୪) ପଦଯାତ୍ରା ଆରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ନବୀନ ନିବାସରେ ପହଞ୍ଚି ଏହି ଦାବୀ ଜଣାଇବା ପାଇଁ ଟିଟିଲାଗଡରୁ ଭୁବନେଶ୍ୱର ଅଭିମୁଖେ ବାହାରିଛନ୍ତି । ତାଙ୍କର ଆଶା ଓ ଭରଷା ଅଛି ଯେ ତାଙ୍କ ଦାବି ବା ଜନ ସାଧାରଣଙ୍କ ଦାବୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଶ୍ଚୟ ଶୁଣିବେ  । ଦୀର୍ଘଦିନର ଦାବି ସମ୍ପର୍କରେ ସେ ଜଣାଇବେ  । ଆଜି ଅତାବିରା ଠାରେ ଅପରାହ୍ନରେ ପହଞ୍ଚିବା ପରେ ଅତାବିରା ଜନସାଧାରଣ ରଞ୍ଜନକୁ ସ୍ୱାଗତ କରିବା ସହ ସମ୍ବର୍ଦ୍ଧନା ଜଣାଇଥିଲେ  । ସେହିପରି ଜିଲ୍ଲା ଦାବୀରେ ଟିଟିଲାଗଡ ଠାରେ ଜନସାଧାରଣ ଓ ବୁଦ୍ଧିଜିବୀ ମାନେ ୪୨ ଦିନ ହେବ ଗଣଧାରଣା ଚାଲିଥିବା ଜଣାପଡିଛି ।  

ଅତାବିରାରୁ ନବୀନ ଦାଶ

Blog Archive

Popular Posts