Breaking News

ଶିଶୁ କନ୍ଯାକୁ ଦୁଷ୍କମ ; ଅଭିଯୁକ୍ତଙ୍କୁ ଗିରଫ ଦାବିରେ ରାସ୍ତା ରୋକ


କନ୍ଧମାଳ --- ଜଣେ ଅଠର ମାସ ଶିଶୁ କନ୍ୟାକୁ ଦୁଷ୍କମ କାରିଙ୍କୁ ତୁରନ୍ତ ଗିରଫ ଦାବୀରେ କନ୍ଧମାଳ ଜିଲ୍ଲାର ବାଲିଗୁଡାର ବାରଖମା ଠାରେ ରାଜରାସ୍ତା ରୋକ କରାଯାଇଛି । ସୁଚନା ଯୋଗ୍ୟ ଯେ ସୋମବାର ଦିନ ଘର ବାହାରେ ଖେଳୁଥିବା ବେଳେ ଶିଶୁ କନ୍ୟାକୁ ତାର ସମ୍ପକୀୟ ଦାଦା ଟେଖି ନେଇ ଚାଲି ଯାଇଥିଲା  । ମାତ୍ର ପିଲା ଘରକୁ ନ ଆସିବାରୁ ତାର ମା ଖୋଜା ଖୋଜି କରିଥିଲେ  ।  ତା ପରଦିନ ସମ୍ପକୀୟ ଦାଦା ଶିଶୁଟିକୁ ଘରେ ଛାଡିଥିଲେ  । ସେତେବେଳେ ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା ଠିକ ନଥିଲା  । ପରିବାର ଲୋକଙ୍କୁ ଏ ସମ୍ପର୍କରେ ଶିଶୁର ମା ଜଣାଇବା ସହ ବାଲିଗୁଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ  । ପିଡୀତା ଶିଶୁକୁ ପ୍ରଥମେ ବାଲିଗୁଡା ଉପଖଣ୍ଡ ଚିକିସ୍ଥାଳୟ କୁ ନିଆଯାଇଥିଲା ସେଠାରେ ତାର ଅବସ୍ଥା ଗୁରୁତର ହେବାରୁ ଫୁଲବାଣୀ ମୁଖ୍ୟ ଚିକିସ୍ଥାଳୟକୁ ପଠାଯାଇଛି । ଘଟଣାକୁ ଗୁରୁତ୍ୱ ଦେଇ ଥାନା ଅଧିକାରୀ ତଦନ୍ତ ଜାରି ରଖିଛନ୍ତି । ଅନ୍ୟ ପକ୍ଷେ ଅଭିଯୁକ୍ତଙ୍କୁ ଗିରଫ ଦାବୀରେ ରାସ୍ତାରୋକ କରାଯାଇଛି । ଅଭିଯୁକ୍ତ ଫେରାର ହୋଇଯାଇଥିବା ପୋଲିସ ଠାରୁ ପ୍ରକାଶ  । 

କନ୍ଧମାଳରୁ ମନୋଜ ପଣ୍ଡା

Blog Archive

Popular Posts