Breaking News

ଶ୍ରୀପୁରୁଷୋତ୍ତମପୁର ସରସ୍ୱତୀ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ ପାଳିତ

The annual festival of Saraswati Vidya Mandir in Sripurushottampur  is celebrated .


ଡେଲାଙ୍ଗ---- ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ଶ୍ରୀପୁରୁଷୋତ୍ତମପୁର ସରସ୍ୱତୀ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଶ୍ରୀପୁରୁଷୋତ୍ତମପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜଳନ୍ଧର ବେହେରା ଅନୁଷ୍ଠିତ ସଭାରେ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ ଡ. ପ୍ରଫୁଲ ରଥ, ଓଡିଶା କୃଷି ଓ ବୈଷିୟିକ ବିଶ୍ୱିଦ୍ୟାଳୟର ପ୍ରଫେସର ଡ. ନିରାକର ଭୋଳ, ସମ୍ମାନିତ ଅତିଥି ଭାବେ ଓଡିଶା କୃଷି ଓ ବୈଷିୟିକ ବିଶ୍ୱିଦ୍ୟାଳୟର ସ୍ଥାୟୀ ସଭାପତି ଡ. ବୁଦ୍ଧଦେବମିଶ୍ର ପ୍ରମୁଖ ଯୋଗଦେଇ ଆଜିର ଦିନରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଏକ କମଳ ମୋତି ଶିଶୁ ମାନଙ୍କୁ  ସଫଳତା ଶୀର୍ଷରେ ପହଞ୍ଚାଇବା ପାଇଁ ଏକ ମାଇଲିଖୁଣ୍ଠ ଭାବେ ଶିକ୍ଷା ଅନୁଷ୍ଠାନ ବୋଲି କହିଥିଲେ ।  ସିଆରସିସି ପବିତ୍ର ପଣ୍ଡା, ସହକାରୀ ଶିକ୍ଷକ ରତ୍ନାକର ଚମ୍ପତିତି, ଅଭୟ ଚରଣ ସାହୁ ଯୋଗ ଦେଇଥିଲେ । ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଅତିଥି ମାନଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରିବା ସହ  ସ୍ୱାଗତ ସଂଗୀତ ଗାନ କରିଥିଲେ ।ବିଦ୍ୟାଳୟର ପ୍ରତିଷ୍ଠାତା ସ୍ୱର୍ଗତ ରାଧାନାଥ ମିଶ୍ରଙ୍କ  ପାଇଁ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଅନୁଷ୍ଠାନର ସମ୍ପାଦକ ଅସିତ କୁମାର ମିଶ୍ର ଓ ଜନ୍ମେଜୟ ମହାପାତ୍ର  କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।  ପିଲାମାନଙ୍କ ମଧ୍ୟରେ ନୃତ୍ୟୁ, ଗୀତ, ବକ୍‌ୁତା , ଖେଳ ଆଦିରେ ସଫଳତା ଲାଭ କରିଥିବା ଶୁଭଲକ୍ଷ୍ମୀ ବରାଳ, ଇପମିତା ପ୍ରଧାନ, ଅଜିତେଶ ମହାପାତ୍ର, ଆରିୟନ ନନ୍ଦ, ସୁକନ୍ୟା ସୁକୁମାରୀ ସାହୁ, ଅଭିନାସ ମିଶ୍ର ଅନ୍ୟ ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ ।  ବିଦ୍ୟାଳୟର ଶିକ୍ଷୟିତ୍ରୀ ଲକ୍ଷ୍ମୀପିୟା ରାଉତ, ଲିଜା ସାହୁ, ସୁମିତ୍ରା ପ୍ରଧାନ ଓ ପ୍ରତିଭା ସେନାପତିଙ୍କୁ ଉତ୍ତରୀୟ ପ୍ରଦାନ କରାଯାଇ ଉତ୍ସବରେ ସମ୍ମର୍ଦ୍ଧିତ  କରାଯାଇଥିଲା ।  ବିଦ୍ୟାଳୟର କୁନିକୁନି ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଶେଷରେ ବିଦ୍ୟାଳୟର ସମ୍ପାଦକ ଅସିତ କୁମାର ମିଶ୍ର ଧନ୍ୟବାଦ ଦେଇଥିଲେ । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୩/୪/୨୦୨୨---୪,୧୫   Sakhigopal News, 13/4/2022

Blog Archive

Popular Posts