ବ୍ଲକ୍ର ବିଭିନ୍ନ ସମସ୍ୟା ସମ୍ପର୍କରେ ଶୁକନ୍ୟା ସଂଗଠନ ସହ ଆଲୋଚନା କଲେ ବ୍ଲକ୍ ଅଧ୍ୟକ୍ଷ
The president of the blockchain discussed various issues with the Bloc with the Shukanya organization.
ବଲାଙ୍ଗିର:ସଇଁତଲା:/ସରକାର ଗରିବ ଏବଂ ନିମ୍ନ ବର୍ଗର ଲୋକମାନଙ୍କ ପାଇଁ ଅନେକ ଯୋଜନା କରିଛନ୍ତି । ମାତ୍ର ତାହା ତୃଣମୂଳ ସ୍ତରରେ କାର୍ଯ୍ୟକାରୀ ହୋଇପାରୁ ନାହିଁ । ୨୨ ଟି ପଞ୍ଚାୟତକୁ ନେଇ ଗଠିତ ସଇଁତଳା ବ୍ଲକରେ ସରକାରୀ ଯୋଜନା ଲୋକଙ୍କ ପାଖକୁ ପହଞ୍ଚି ପାରୁନାହିଁ ଓ ଉଣା ଅଧିକେ ଯାହା ପହଞ୍ଚୁଛି ତାହା ଯୋଗ୍ୟ ହିତାଧିକାରୀ ପାଖକୁ ପହଞ୍ଚୁ ନାହିଁ। ତେବେ ଏହିଭଳି ପରିସ୍ଥିତିରେ ସରକାରୀ ଯୋଜନାକୁ କିଭଳି ଭାବରେ ତୃଣମୂଳ ସ୍ତରକୁ ପହଞ୍ଚାଇ ଅନେକ ଗୁଡିଏ ସରକାରୀ ଯୋଜନାରେ ଗରିବ ତଥା ଶ୍ରମିକ ଗୋଷ୍ଠିର ଲୋକଙ୍କୁ ସାମିଲ କରାଯିବ ତାହା ନେଇ ଆଜି ସୁକନ୍ୟା ଶକ୍ତି ସଂଗଠନ ସଇଁତଳା ବ୍ଲକ ଅଧ୍ୟକ୍ଷା ମୋନିକା ସିଂ ଭୋଇଙ୍କ ଠାରେ ଦାବି କରିବା ସହ ଏହାର ସ୍ଥାୟୀ ସମାଧାନ ପାଇଁ ଆଲୋଚନା କରିଥିଲେ। ଆଲୋଚନା ପରେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସିଂ ଭୋଇ ବିଭିନ୍ନ ସରକାରୀ ଯୋଜନାରେ ଗରିବ ଓ ଯୋଗ୍ୟ ହିତାଧିକାରୀକୁ ସାମିଲ କରାଯିବ ବୋଲି ପ୍ରକାଶ କରିଛନ୍ତି। ଏଥିରେ ସୁକନ୍ୟା ଶକ୍ତି ସଂଗଠକର ଜିଲ୍ଲା ସଂଯୋଜକ ଚନ୍ଦ୍ରମଣି ସାହୁ, ବ୍ଲକ ସୁପରଭାଇଜର ସଙ୍ଗୀତା ସାହୁ, ସଭାପତି ପିଙ୍କି କୁମ୍ଭାର, ସଭାନେତ୍ରୀ ସୁଜାତା ଦାସ, କେରମେଲି ପଞ୍ଚାୟତ କୋଡିନେଟର ଜାନବୀ ବାଗ, ଇପସା ମଲ୍ଲିକ,କୁଇକେଡା ଜିପି କୋଡିନେଟର ପୁଷ୍ପାଞ୍ଜଳି ନାଗ, ଦ୍ରୋପୋଦି ନାଗ, ସିସକେଲା କୋଡ଼ିନେଟର ପ୍ରିୟଙ୍କା କୁମ୍ଭାର ଓ ଆମ୍ବପାଲି କୋଡ଼ିନେଟର ସଂଯୁକ୍ତା ମହାନନ୍ଦ ପ୍ରମୁଖ ସାମିଲ ହୋଇଥିଲେ।

ବଲାଙ୍ଗିର ରୁ ରଞ୍ଜନ କୁମାର ବାଗ ଙ୍କ ରିପୋର୍ଟ ,୧୩/୪/୨୦୨୨----୭,୧୦
Sakhigopal News,13/4/2022