Breaking News

ମାଉଜର ଧରି ବୁଲୁଥିବା ବେଳେ, ପୋଲିସ ହାତରେ ଧରାପଡିଲେ ଯୁବକ


ଭଞ୍ଜନଗର - ଭଞ୍ଜନଗର ପୋଲିସ ପେଟ୍ରୋଲିଂ ବେଳେ, ସନ୍ଦେହ ଜନକ ଅବସ୍ଥାରେ ବୁଲୁଥିବା ଯୁବକକୁ ଗିରଫ କରିଛି  । ତା' ଠାରୁ ଗୋଟିଏ ମାଉଜର, ଦୁଇ ରାଉଣ୍ଡ ଜୀବନ୍ତ ଗୁଳି ଏବଂ ଗୋଟିଏ ମାଗାଜିନ୍ ଜବତ କରିଛି ପୋଲିସ । ଗିରଫ ଯୁବକ ଜଣକ, ତୁଳସୀପଲ୍ଲୀ ଗ୍ରାମର ସୈ।ମ୍ୟରଞ୍ଜନ ବେହେରା ବୋଲି ଜଣାପଡିଛି। ଥାନାଧିକାରୀ ଜୀବନାନନ୍ଦ ଜେନା ଦେଇଥିବା ସୂଚନା ପ୍ରକାରେ, ଏସଆଇ ସମୀର କୁମାର ସେଠୀ ଏବଂ ପୋଲିସ ଟିମ୍ ପେଟ୍ରୋଲିଂ, ବେଳେ ସୈ।ମ୍ୟରଞ୍ଜନ ସନ୍ଦେହ ଜନକ ଅବସ୍ଥାରେ ବୁଲୁଥିଲେ । ଘଟଣା ସ୍ଥଳରେ ପୋଲିସ ଯାଞ୍ଚ ବେଳେ, ସୈ।ମ୍ୟରଞ୍ଜନ ପୋଲିସ କୁ ଗାଳିଗୁଲଜ କରିବା ସହ, ଧମକ ଚମକ ଦେଇଥିଲେ । ପରେ ଯାଞ୍ଚ ପରେ ତାଙ୍କଠାରୁ ମାଉଜର ବାହାରିଲା । ଏନେଇ , ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ନେଇ ଥାନାଧିକାରୀ ଶ୍ରୀ ଜେନା ସୂଚନା ଦେଇଛନ୍ତି । ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୫/୮/୨୦୨୬--୯/୪୦ Sakhigopal News,5/9/2025

Blog Archive

Popular Posts