Breaking News

ଅବସରପ୍ରାପ୍ତ କର୍ମଚାରୀ ସଂଘର ବୈଠକ

Meeting of Retired Employees.

ବେତନଟୀ ---- ସ୍ଥାନୀୟ ଧର୍ମଶାଳା ଠାରେ ବେତନଟୀ ବ୍ଳକ୍ ଅବସରପ୍ରାପ୍ତ କର୍ମଚାରୀ ସଂଘର ବୈଠକ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ବୈଠକରେ ସଭାପତି ହରିଶଚନ୍ଦ୍ର ନନ୍ଦ ଗୋସ୍ଵାମୀ ଅଧ୍ୟକ୍ଷତା କରିଥିଲେ ।  ପ୍ରାରମ୍ଭିକ ସୂଚନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ସମ୍ପାଦକ ସଚିଦାନନ୍ଦ ମହାନ୍ତି ।  କଟକଠାରେ ରାଜ୍ୟ କର୍ମଚାରୀ ମହାସଂଘର ରାଜ୍ୟ କାର୍ଯ୍ୟକାରୀ ବୈଠକ ରେ ବେତନଟୀ ସଂଘକୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ ଓ ଅନୁବନ୍ଧିତ କରାଯାଇ ଥିବାରୁ ସମସ୍ତେ ଖୁସିବ୍ୟକ୍ତ କରିଥିଲେ । ଚିକିତ୍ସା ଭତ୍ତା ପ୍ରଦାନ, ଗତ ଜାନୁଆରୀଠାରୁ ବର୍ଦ୍ଧିତ ୩ % ଓ କରୋନା ସମୟର ବ6କୟା ୧୮ % ମହଙ୍ଗା ଭତ୍ତା ଘୋଷଣା ଦାବି ମାନ ସରକାରଙ୍କ ଠାରେ ଉପସ୍ଥାପନାର ସିଦ୍ଧାନ୍ତ ଗ୍ରହଣ କରାଗଲା । ବେତନଟୀର ବିଭିନ୍ନ ବ୍ୟାଙ୍କରେ ଅବସରପ୍ରାପ୍ତ କର୍ମଚାରୀ ଗଣଙ୍କ ଦୁର୍ଦ୍ଦଶା ସମ୍ବନ୍ଧରେ ଆଲୋଚନା କରାଯାଇ  ଉଚ୍ଚସ୍ତରକୁ ଜଣାଇବାର ପ୍ରସ୍ତାବ ଗୃହୀତ ହେଲା। ଆଲୋଚନାରେ ଯତୀନ୍ଦ୍ର ନାଥ ସାହୁ ଅଜୟ କୁମାର କର .ରାମଚନ୍ଦ୍ର ପଣ୍ଡା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।  ଶେଷରେ ରବିନ୍ଦ୍ରନାଥ ଖଟୁଆ ଧନ୍ୟବାଦ ଦେଇଥିଲେ। 
ବେତନଟୀ ରୁଅଜୟ କୁମାର କର ,୧୨/୪/୨୦୨୨---୯,୧୦ Sakhigopal News, 12/4/2022

Blog Archive

Popular Posts