ଡବଲ ଇଞ୍ଜିନି ସରକାରଙ୍କ ଯୋଗୁ ଏ ବର୍ଷ ଭାଇମାନେ ରାକ୍ଷୀ ପିନ୍ଧିବାରୁ ବଞ୍ଚିତ
ସାକ୍ଷୀଗୋପାଳ ---- ସାକ୍ଷୀଗୋପାଳ ପୋଷ୍ଟ ଅଫିସ ତିନି ଦିନ ହେବ ଠପ୍ ହୋଇପଡିଛି। ଆଗକୁ ରାକ୍ଷୀ ପୂର୍ଣ୍ଣିମା ଥିବା ଯୋଗୁ ଘର ବାହାରେ ଚାକିରୀ କରିଥିବା ଭାଇ ମାନଙ୍କ ପାଇଁ ଓ ବିବାହିତ ଭଉଣୀମାନେ ଭାଇ ମାନଙ୍କ ପାଇଁ ପୋଷ୍ଟାଲ ମାଧ୍ୟମରେ ରାକ୍ଷୀ ପଠାଇଥାନ୍ତି। ଏଥିଯୋଗୁଁ ବିଭିନ୍ନ ପୋଷ୍ଟ ଅଫିସରେ ଲୋକମାନଙ୍କ ଭିଡ ଲାଗିଛି। ମାତ୍ର ଏ ଡବଲ ଇଞ୍ଜିନି ସରକାରଙ୍କ ସମୟରେ ଭଉଣୀ ମାନେ ସେମାନଙ୍କ ଭାଇ ପାଖକୁ ରାକ୍ଷୀ ପାଇବାରୁ ବଞ୍ଚିତ ହୋଇଛନ୍ତି । କର୍ମଚାରୀ ମାନେ କହନ୍ତି ଆମେ କ'ଣ କରିବୁ ସାଇଟ୍ ଖୋଲୁନାହିଁ । ଅନ୍ୟ ପକ୍ଷରେ ଜଣାପଡିଛି ଯେ କମ୍ପ୍ନୂୟୁଟରରେ ତନ ଭରସନ ଲୋଡ କରାଯାଇଛି। ସୋମବାର ଦିନ କିଛି ସମୟ ପାଇଁ କାମକଲା ତାପରେ ବନ୍ଦ ହୋଇଗଲା। ଏ ସମୟରେ ନୂତନ ଭରସନ ଲୋଡ କରିବା କ'ଣ ନିହାତି ଆବଶ୍ୟକତା ଥିଲା । ନା ସରକାରଙ୍କୁ ବଦନାମ କରିବା ପାଇଁ ଅଧିକାରୀ ମାନଙ୍କ ର ଏପରି ଚକ୍ରାନ୍ତ ନା ଜଣସାଧାରଣଙ୍କ ତାହା ହଇରାଣ କରିବା ସରକାରଙ୍କ ଉଦ୍ୟମ ତାହା ଜଣାପଡୁନାହିଁ । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୬/୮/୨୦୨୫---୯,୧୦ Sakhigopal News,6/8/2025