ପ୍ରଶାସନ ପକ୍ଷରୁ ପାନୀୟ ଜଳ ଯୋଗାଣ ବନ୍ଦ ; ସରପଞ୍ଚ ପାନୀୟ ଜଳ ଯୋଗାଣ ଜାରି ରଖିଲେ
Drinking water supply shut down by administration; The sarpanch continued to supply drinking water.
ସାକ୍ଷୀଗୋପାଳ--- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ପେଣ୍ଠପଡା ଗ୍ରାମ ପଞ୍ଚାୟତରେ ଆଜି ପ୍ରଶାସନ ପକ୍ଷରୁ ଯୋଗାଣ କରାଯାଉଥିବା ପାନୀୟ ଜଳ ଯୋଗାଣ ବନ୍ଦ ରହିଛି । ମାତ୍ର ନବ ନିର୍ବାଚିତ ସରପଞ୍ଚ ଚିନ୍ମୟ ରାଉତ ଏହା ଜାଣି ତୁରନ୍ତ ନିଜ ଖର୍ଚ୍ଚରେ ସମସ୍ତ ଗ୍ରାମକୁ ପାନୀୟ ଜଳ ଯୋଗାଣ କରିଛନ୍ତି । ସୁଚନାଯୋଗ୍ୟ ଯେ ଆଜି ସକାଳ୬ଟା ରେ ବିଦ୍ୟୁତ କାଟ ହୋଇଛି । ଯାହା ଫଳରେକି ଯେଉଁ ଗ୍ରାମକୁ ପାଣି ଟ୍ୟାଙ୍କର ବା ଯେଉଁ ପରିବାର ଲୋକମାନେ ପାଇପି ମାଧ୍ୟମରେ ଯୋଗାଣପାଣି ଉପରେ ନିର୍ଭର କରିଥାନ୍ତି ସେମାନେ ପାଣି ପାଇବାରୁ ବଞ୍ଚିତ ହୋଇଛନ୍ତି । ଏହାକୁ ସରପଞ୍ଚ ଶ୍ରୀ ରାଉତ ଜାଣି ପାରି ତୁରନ୍ତ ନିଜ ଫାର୍ମ ହାଉସରୁ ମଟର ଲଗାଇ ଟ୍ୟାଙ୍କର ଯୋଗେ ୧୧ଗୋଟି ୱାର୍ଡକୁ ପାନୀୟ ଜଳ ଯୋଗାଣ ଜାରି ରଖିଛନ୍ତି । ଅନ୍ୟ ପକ୍ଷେ ବିଦ୍ୟୁତ କାଟ ଯୋଗୁ ପାନୀୟ ଜଳ ଯୋଗାଣ ବନ୍ଦ ରହିବା ଜାଣି ଲୋକମାନେ ଚିନ୍ତାରେ ପଡିଥିଲେ । ଯେତେବେଳେ ଗ୍ରାମ ଦାଣ୍ଡରେ ପାଣି ରଖିବା ପାଇଁ ଡକରା ପଡିଲା ପାଣି ବଣ୍ଟନ ଦାୟତବରେ ଥିବା ଯୁବକଙ୍କ ଠାରୁ ସବୁ ଶୁଣିବା ପରେ ଗ୍ରାମ ମାନଙ୍କରେ ଆଲେଚନା ହେଉଛି ସରପଞ୍ଚ ହେବତ ଏମିତି । ଶ୍ରୀ ରାଉତ କହିଛନ୍ତି ୫ ବର୍ଷ ମଧ୍ୟରେ ସମସ୍ତଙ୍କ ପାଖରେ ପାନୀୟ ଜଳ ପହଞ୍ଚିବ ସେଥିପାଇଁ ମୁଁ ସଜାଗ ରହିଛି । ନିର୍ବାଚନ ସମୟରେ ଦେଇଥିବା କଥା କେବେ ହେଲେ ଭୁଲିବିନାହିଁ ବୋଲି ଶ୍ରୀ ରାଉତ କହିଛନ୍ତି ।
ସାକ୍ଷୀଗେ।।ପଳରୁ ଧୀରେନ୍ଦ୍ର ସେନାପତି, ୧୨/୪/୨୦୨୨----୬,୨୦ Sakhigopal News , 12/4/2022