ଜଳ ଜୀବନ ମିଶନ ପରିଚାଳନା ପାଇଁ ଆଲେଚନା ଚ୍ରକ
Negotiations for the management of the Water Life Mission.
ସାକ୍ଷୀଗୋପାଳ----- ସାକ୍ଷୀଗୋପାଳର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାଦ ପକ୍ଷରୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜଳ ଜୀବନ ମିଶନ କାର୍ଯ୍ୟକ୍ରମକୁ ସଫଳ କରିବା ନାଇଁ ପେଣ୍ଠପଡା ଗ୍ରାମ ପଞ୍ଚାୟତର ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ଏକ ଆଲେଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲେଚନା ଚ୍ରକରେ ସ୍ଥାନୀୟ ସରପଞ୍ଚ ଚିନ୍ମୟ ରାଉତ ସଭାପତିତ୍ୱ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସମିତିସଭ୍ୟ ସୁମନ୍ତ ଘଟୁଆରୀ, ନାଏବ ସରପଞ୍ଚ ଅଙ୍ଗନୱାଡି କର୍ମୀ, ଏସ.ଏମଙ୍କ ସହିତ ସମସ୍ତ ୱାର୍ଡ ସଭ୍ୟସଭ୍ୟା ମାନେ ଯୋଗ ଦେଇଥିଲେ । ସ୍ୱାଦର ଜଳ ଜୀବନ ମିଶନ ପ୍ରକଳ୍ପର ସଂଯୋଜକ ଶିଶିର ମିଶ୍ର ଓ ଶ୍ରୀକୃଷ୍ଣ ମହାପାତ୍ର ଯୋଗ ଦେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଏହି ଯୋଜନା ସମ୍ପର୍କେ ଆଲେଚନା କରିଥିଲେ । ଏପରିକି ୨୦୨୪ ସୁଦ୍ଧା ସମସ୍ତ ପରିବାରଙ୍କୁ ସ୍ୱଚ୍ଛ ପାନୀୟ ଜଳ ଯେ।।ଗଣ କାର୍ଯ୍ୟକ୍ରମ ଶେଷ ହେବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ସଂଯୋଜକ ଶ୍ରୀ ମିଶ୍ର କହିଥିଷଲ । ସେହିପରି ଏହି କାର୍ଯ୍ୟକ୍ରମକୁ ସଠିକ ଭାବେ ପରିଚାଳନା କରିବା ପାଇଁ ପ୍ରତି ରାଜସ୍ୱ ଗ୍ରାମରେ ଅଙ୍ଗନୱାଡି କର୍ମୀ, ନାଏବ ସରପଞ୍ଚ, ୱାର୍ଡ ସଭ୍ୟସଭ୍ୟା, ମହିଳା ଗୋଷ୍ଠୀ ଏପରିକି ୧୦ରୁ ୧୫ ଜଣଙ୍କୁ ନେଇ କମିଟି ଗଠନ କରାଯିବ । ପେଣ୍ଠପଡା ପଞ୍ଚାୟତରେ ଆସନ୍ତା ୧୬ ତାରିଖରେ କମିଟି ଗଠନ କରିବା ପାଇଁ ନିସ୍ପତି ଗ୍ରହଣ କରାଯାଇଥିବା ଜଣାପଡିଛି ।
ସାକ୍ଷୀଗେ।।ପଳରୁ ଧୀରେନ୍ଦ୍ର ସେନାପତି, ୧୨/୪/୨୦୨୨----୬,୨୦ Sakhigopal News,12/4/2022