Breaking News

ଟାଟା ଏସି ଗାଡି ଧକ୍କାରେ ବୃଦ୍ଧ ଗୁରୁତର

The elderly man was seriously injured in the Tata AC crash.

ସାକ୍ଷୀଗୋପାଳ------ ସତ୍ୟବାଦୀ ଥାନା ଅନ୍ତର୍ଗତ ନଡାଖଣ୍ଡ ଗ୍ରାମର ଧନେଶ୍ୱର ବିଶ୍ୱାଳ -୭୫ବର୍ଷ ବଜାରରୁ ସାଇକେଲ ଯୋଗେ ଘରକୁ ଫେରୁଥିବା ବେଳେ ଟାଟାଏସି ଗାଡି ଧକ୍କା ଦେବାରୁ ସେ ଗୁରୁତର ହୋଇ ମେଡିକାଲରେ ଚିକିତ୍ସା ହେଉଛନ୍ତି । ସୁଚନାଯୋଗ୍ୟ ଯେ ଧନେଶ୍ୱର ଇନ୍ଦିପୁର ବଜାରରୁ ସାଇକେଲ ଯୋଗେ ଘରକୁ ଫେରୁଥିବା ବେଳେ ଶୁକଳରୁ ଇନ୍ଦିପୁର ଆଡକୁ ଆସୁଥିବା ଏକ ଟାଟାଏସି ଗାଡିନଂ- ଓଡି, ୦୨- ବିଏନ- ୩୧୯୦ ଗାଡିଟି ସମ୍ମୁଖରୁ ଧକ୍କା ଦେଇଥିଲା । ଯାହା ଫଳରେକି ଧନେଶ୍ୱର ସାଇକେଲ ସହିତ ତଳେ ପଡିଯାଇଥିଲା । ତାଙ୍କର ହାତ ଉପରେ ଗାଡିର ଚକା ଚଡିଯିବାରୁ ସେ ଗୁରୁତର ଭାବେ ସାକ୍ଷୀଗୋପାଳ ମେଡିକାଲକୁ ଆସିଥିଷଲ । ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସରକାରୀ ମେଡିକାଲକୁ ପଠାଯାଇଥିବା ଜଣାପଡିଛି । ଖବର ପାଇ ସତ୍ୟବାଦୀ ପୋଲିସ ଦୁଘଁଟଣା ଗସ୍ତ ଗାଡିକୁ ଜବତ କରି ଥାନାରେ ରଖି ତଦନ୍ତ ଜାରି ରଖିଥିବା ଥାନା ଆଇଆଇସି ଦିଲ୍ଲୀପ କୁମାର ଧଳଙ୍କ ଠାରୁ ସୁଚନା ମିଳିଛି । 

କ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୨/୪/୨୦୨୨   Sakhigopal News, 12/4/2022

Blog Archive

Popular Posts