Breaking News

ଛାତ୍ରୀ ମାନଙ୍କୁ ଆତ୍ମସୁରକ୍ଷା ପାଇଁ ପ୍ରଶିକ୍ଷଣ ଶିବିର

Self-defense training camp for students.

 
ଭଞ୍ଜନଗର---- ଭଞ୍ଜନଗର ସ୍ଥାନୀୟ ସାବିତ୍ରୀ ମହିଳା ମହାବିଦ୍ୟାଳୟରେ +୨ ବର୍ଷର ଛାତ୍ରୀ ମାନଙ୍କୁ ଆତ୍ମସୁରକ୍ଷା କୌଶଳ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମଙ୍ଗଳବାର ଉଦଯାପନ ହୋଇଯାଇଛି । ଏହି ଶିବିର ୮ ଦିନ ଧରି ଅନୁଷ୍ଠିତ ହେଇଥିଲା । ଏଥିରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଜୟରାମ ସେନାପତିଙ୍କ  ଅଧ୍ୟକ୍ଷତା କରିଥିଲେ । ସାମ୍ପ୍ରତିକ ପରିସ୍ଥିତିରେ ଏହାର ଆବଶ୍ୟକତା ସମ୍ପର୍କରେ  ଉଦାହରଣ  ମାଧ୍ୟମରେ ଛାତ୍ରୀମୀନଙ୍କୁ  ସଚେତନ କରିଥିଲେ । ଉଦଯାପନ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଡ:ଅମୃିତ ସେଠୀ,ସମାନ୍ନୀତ ଅତିଥି ଭାବେ ଜିଲ୍ଲା ସଂଯୋଜକ,ଖଲିକୋଟ ଜୁନିଅର ସ୍ବୟଂ ସାଶିତ ମହାବିଦ୍ୟାଳୟ  ଯୋଗଦେଇ ଛାତ୍ରୀମାନେ କୌଶଳ ଜାଣିପାରିଲେ ନିଜକୁ କିପରି ଅସାମାଜିକ ବ୍ୟକ୍ତିଙ୍କ କବଳରୁ ରକ୍ଷା କରିବା ସହ ପରିବାର ଓ ସମାଜକୁ ମଧ୍ୟ ଅସାମାଜିକ ତତ୍ତ୍ବଙ୍କ ଠାରୁ ରକ୍ଷା କରିପାରିବେ ସେ ନେଇ ବକ୍ତବ୍ୟ ପ୍ରଦାନ କରିଥିଲେ ।ମହାବିଦ୍ୟାଳୟର ଆମ୍ରସୁରକ୍ଷା କୌଶଳ ସଂଯୋଜିକା ଜୟଲକ୍ଷ୍ମୀ ରଥ ଶିବିରର ଲକ୍ଷ୍ୟ ଓ ସଫଳତା ଉପରେ ଛାତ୍ରୀମାନକୁ ବୁଝାଇଥିଲେ । ଆମ୍ ସୁରକ୍ଷା ମାଷ୍ଟର ପିୟଙ୍କା ସ୍ବାଇଁ ଓ ସଂଙ୍ଗୀତା ସ୍ବାଇଁ ଉକ୍ତ କାଯ୍ୟକ୍ରମର ତାଲିମ ଛାତ୍ରୀ ମାନଙ୍କୁ ଦେଇଥିଲେ । କାଯ୍ର୍ୟକ୍ରମ ଶେଷରେ ଅଧ୍ୟାପକ ଅମୂଲ୍ୟ ଶତପଥୀ ଧନ୍ୟବାଦ ଦେଇଥିଲେ ।ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ଛାତ୍ରୀ ତୁଳସୀ ବେହେରା ସଂଙ୍ଗୀତା ଗାନ କରିଥିଲେ ।ମହାବିଦ୍ୟାଳୟ ସମସ୍ତ ଅଧ୍ୟାପକ , ଅଧ୍ୟାପିକା ସମେତ ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୨/୪/୨୦୨୨---୮,୫୦  Sakhigopal News,12/4/2022

Blog Archive

Popular Posts