Breaking News

ବିଷଧର ସାପ କାମୁଡାରେ ବୃଦ୍ଧାଙ୍କ ମୃତ୍ୟୁ

The death of an old man in a venomous snake bite.

 ଭଞ୍ଜନଗର -- ତାରସିଂ ଥାନା ଅନ୍ତର୍ଗତ ତାରସିଂ ପଞ୍ଚାୟତରେ ଥିବା କାଞ୍ଚନପଲ୍ଲୀ ଗ୍ରାମର ହେମ ମଳିକ(୫୫)ଙ୍କର  ବିଷଧର ସାପ କାମୁଡାରେ ମୃତ୍ୟୁ ଘଟିଛି ।  ଖବର ନେବାରେ ଜଣାପଡିଛି ଯେ ହେମ ନିଜ ବାପାଘର ଖେକେଣ୍ଡିଆ ଗ୍ରାମକୁ ଦଣ୍ଡନାଚ ଦେଖିବାକୁ ଯାଇଥିଲେ । ହେମ ଘରେ ଶୋଇଥିବା ସମୟରେ ବିଷଧର ସାପ କାମୁଡି ଦେଇଥିଲେ । ସେ ଗୁରୁତର ହେଇପଡିଥିଲେ । ଗୁରୁତର ଅବସ୍ଥାରେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରଯାଇଥିଲା । ସେଠାରେ ଡାକ୍ତର ହେମକୁ ମୃତ୍ୟୁ ଘୋଷଣା କରିଥିଲେ । ଏହି ଖବର ତାରସିଂ ଥାନାଧିକାରୀ ପ୍ରଦିପ୍ତ କୁମାର ଦାଶ ପାଇବା ପରେ ଭଞ୍ଜନଗର ଚିକିତ୍ସାଳୟରେ ପହଞ୍ଚି ମୃତଦେହ କୁ ଜବତ କରି ଭଂଜନଗର ମେଡିକାଲ କୁ ବ୍ୟବଛେଦ ପାଇଁ ପଠାଇଥିଲେ ।  ଏନେଇ ପୋଲିସ ପକ୍ଷରୁ ତଦନ୍ତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ନେଇ ଥାନାଧିକାରୀ ଶ୍ରୀ ଦାଶ କହିଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୨/୪/୨୦୨୨ ---୮,୪୦ Sakhigopal News,12/4/2022

Blog Archive

Popular Posts