ଏଣିକି..ଠେଙ୍ଗା-ପାଳି" . ବନ ସୁରକ୍ଷା ସମିତି ର ନିଆରା ପ୍ରୟାସ
Eniki..Tenga-Pali ". The Niara Efforts of the Forest Protection Committee.
ଭଞ୍ଜନଗର -- ଏଥର ଠେଙ୍ଗା ଧରି , ପାଳି ଅନୁସାରେ ଗାଁ ଜଙ୍ଗଲ ଜଗିଲେ ଗ୍ରାମବାସୀ । ପ୍ରତି ଦିନ ୪ ଟି ପରିବାର ର ସଦସ୍ୟଙ୍କ ହାତରେ ରହିବ ଜଙ୍ଗଲ ସୁରକ୍ଷା ଦାୟିତ୍ବ । ଜଙ୍ଗଲରୁ କେହି କାଠ କାଟିବେ ନାହିଁ , କିମ୍ବା କାଠ ମାଫିଆଙ୍କୁ ଜଙ୍ଗଲ ଭିତରକୁ ଛାଡ଼ିବେ ନାହିଁ । ଦିନରାତି ସଜାଗ ରହିବେ , ବନ ସୁରକ୍ଷା ସମିତି ର ସଦସ୍ୟ । ହାତରେ ଠେଙ୍ଗା ଧରି , ଜଙ୍ଗଲ ଜଗିବାକୁ "ଠେଙ୍ଗା ପାଳି" ବୋଲି ନାମ କରଣ କରିଛନ୍ତି । ଭଂଜନଗର ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ , ଣ୍ଟେଇପଲ୍ଲୀ ବନ ସୁରକ୍ଷା ସମିତିର ସଦସ୍ୟ ମାନେ । ଏହା ଏକ ଭିନ୍ନ ପ୍ରୟାସ ସାଙ୍ଗକୁ , ଘୁମୁସର ବନଖଣ୍ଡରେ ଏଭଳି କାର୍ଯ୍ୟକ୍ରମ ପ୍ରଥମ ବୋଲି ଜଣାପଡିଛି । ଖବର ଅନୁଯାୟୀ , ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ଅଭୟ କୁମାର ଦଳେଇଙ୍କ ନିର୍ଦ୍ଦେଶ ପ୍ରକାରେ , ବନାଞ୍ଚଳ ଅଧିକାରୀ କୁମର ବେହେରା ଏବଂ ବନପାଳ ଶରତ କୁମାର ମହାନ୍ତି ଏବଂ ବନରକ୍ଷୀ ରଶ୍ମିତା ସେଠୀ ଙ୍କ ପ୍ରଚେଷ୍ଟାରେ ନିକଟସ୍ଥ କଣ୍ଟେଇପଲୀ ଜଙ୍ଗଲକୁ ସୁରକ୍ଷା ପାଇଁ ସବୁ ପ୍ରକାର ଉଦ୍ୟମ ଜାରି ରହିଛି । କଣ୍ଟେଇପଲ୍ଲୀ ବନ ସୁରକ୍ଷା ସମିତି ର ସଦସ୍ୟମାନେ ସୁରକ୍ଷା ନିଷ୍ପତ୍ତିକୁ ଆଉଟିକେ ଶାଣିତ କରିଛନ୍ତି । ଶସସ୍ତ୍ର ବଦଳରେ ଠେଙ୍ଗା ଧରି ଜଙ୍ଗଲ ଜଗିବାକୁ ନିଷ୍ପତ୍ତି ନେଇଛନ୍ତି । ଏଭଳି ଠେଙ୍ଗା ପାଳିର ଉଦ୍ଦେଶ୍ୟ ଜଙ୍ଗଲକୁ ସୁରକ୍ଷା ଦେବା , ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା , ବନ୍ୟଜନ୍ତୁ ଙ୍କୁ ଶିକାରୀ ଙ୍କ ଦାଉରୁ ରକ୍ଷା କରିବା ସହ ନୂତନ ଜଙ୍ଗଲ ସୃଷ୍ଟି କରାଯାଇ ପାରିବ ବୋଲି ବନ ସୁରକ୍ଷା ସମିତିର ସଭାପତି ଶରତ କୁମାର ସ୍ବାଇଁ କହିଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୦/୪/୨୦୨୨----୮,୩୫ Sakhigopal News,11/4/2022