ସତ୍ୟବାଦୀରେ ବିଶ୍ୱ ମହିଳା ଦିବସ ପାଳିତ
Satyavadi celebrates World Women's Day.
ସାକ୍ଷୀଗୋପାଳ-----ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟର ସଭାଗୃହ ପରିସରରେ ବିଶ୍ୱ ମହିଳାଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ଆଲେଚନା ଚକ୍ରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ରତିକାନ୍ତ ପରିଡା ଅଧ୍ୟକ୍ଷତା କରିଥିଲେ । ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ଅଧ୍ୟାପିକା ଶ୍ରୀମତି ବାସନ୍ତୀ ଦେବୀ, ଅନ୍ୟତମ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟାପିକା କଳ୍ପନା ମହାପାତ୍ର, ସ୍ୱର୍ଣ୍ଣଲତା ମାହାରୀ ପ୍ରମୁଖ ଯୋଗ ଦେଇ ଆଜିର ଦିନରେ ମହିଳା ମାନଙ୍କ ପାଇଁ ଆଇନ ଓ ସୁରକ୍ଷା ଉପରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଅଧ୍ୟାପିକା ସୁଜତା ମହାପାତ୍ର । ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପକ ଧନୁଧର ମୁଦୁଲି, ରତ୍ନାକର ପରିଡା, ମନୋଜ ପରିଡା , ମହାବିଦ୍ୟାଳୟର ବଡବାବୁ ରାଜ କିଶୋର ପତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ମହାବିଦ୍ୟାଳୟର ଛାତ୍ର ମାନେ ଯୋଗ ଦେଇଥିବା ବେଳେ ଛାତ୍ରୀ ଅଙ୍କିତା ଅଭିଷିକିତା ଚୌଧୁରୀଙ୍କ ସହିତ ଅନ୍ୟ ଛାତ୍ରୀ ମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ମହାବିଦ୍ୟାଳୟର ଅଧ୍ୟାପିକା ସସ୍ମିତା ପ୍ରଧାନ ଧନ୍ୟବାଦ ଦେଇଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୮/୩/୨୦୨୨---୮,୨୫
Sakhigopal News,8/3/2022