Breaking News

ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷା ନିଜ ନିଜ କାର୍ଯ୍ୟାଳୟକୁ ପ୍ରବେଶ କଲେ

The Satyavadi Bloc President and Vice President entered their respective offices.


 ସାକ୍ଷୀଗୋପାଳ----- ପଞ୍ଚାୟତ ନିର୍ବାଚନ ଶେଷ ହେବା ପରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷା ନିର୍ବାଚନ ସରିଯାଇଛି । ମାତ୍ର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷା ନିଜ କାର୍ଯ୍ୟାଳୟରେ ପ୍ରବେଶ କରିନଥିଲେ । ଆଜି ଶୁଭ ସମୟ ଦେଖି ବାହ୍ମଣଙ୍କ ଦ୍ୱାରା ପୂଜାପାଠ କରିଥିଲେ । ଏବଂ ସାକ୍ଷୀଗୋପିନାଥ ଦେବଙ୍କୁ  ଦର୍ଶନ କରି ନିଜର ସମର୍ଥକଙ୍କ ସହିତ ଏକ ମଟର ସାଇକେଲ ଶୋଭାଯାତ୍ରାରେ ବଜାର ପରିକ୍ରମା କରି ବ୍ଳକ କାର୍ଯ୍ୟାଳୟ ପରିସରରେ ପହଞ୍ଚିଥିଲେ । ସେଠାରେ ଉପସ୍ଥିତ ଥିବା ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା ନିଜର ପିତା ଓ ମାଙ୍କ ଗୋଡତଳେ ମୁଣ୍ଡିଆ ମାରି ନିଜ ଆସନରେ ବସିଥିଲେ । ସେହିପରି ଉପାଧ୍ୟକ୍ଷାଙ୍କ କାର୍ଯ୍ୟାଳୟରେ ନିବେଦିତା ପାତ୍ର ଗୁରୁଜନ ମାନଙ୍କୁ ମୁଣ୍ଡିଆ ମାରି ନିଜ କାର୍ଯ୍ୟାଳୟକୁ ପ୍ରବେଶ କରିଥିଲେ ।  ପରେ ପରେ ପଞ୍ଚାୟତ କାର୍ଯ୍ୟନିବାହୀ ଅଧିକାରୀ ସଂଘ, ବିଭିନ୍ନ ଜନପ୍ରତିନିଧି , ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ମାନେ ଫୁଲତୋଡା ଦେଇ ଶ୍ରୀ ପଣ୍ଡାଙ୍କୁ ସ୍ୱାଗତ କରିଥିଲେ । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୮/୩/୨୦୨୨---୫,୩୦ 

 Sakhigopal News, 28/3/2022

Blog Archive

Popular Posts