ଥୁଆପାଲି ଠାରେ ଲାୟନ୍ସ କ୍ଲବର ନୂତନ ଗୃହ ଉଦଘାଟିତ
The Lions Club's new home has been inaugurated in Thuapali.
ବରଗଡ଼---- ବରଗଡ ଜିଲ୍ଲା ଭେଡେନ ବ୍ଲକ ଝରାପାଲି ମାର୍କେଟ ଥୁଆପାଲି ଠାରେ ଲାୟନ୍ସ କ୍ଲବର ନୂତନ ଗୃହ ଉଦଘାଟିତ ହୋଇଯାଇଛି। ଅନୁଷ୍ଠିତ ସଭାରେ ସଭାପତିତ୍ବ କରିଥିଲେ ଲାୟନ୍ସ କ୍ଲବର ସଭାପତି ଲାୟନ୍ସ ହରେକୃଷ୍ଣ ପ୍ରଧାନ । ମୁଖ୍ୟ ଅତିଥି ଭାବରେ ରାଜ୍ୟ ବିଜୁ ଜନତାଦଳର ମହିଳା ସଭାନେତ୍ରୀ ତଥା ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଯୋଗ ଦେଇଥିଲେ। ପୂଜାର୍ଚନା କରାଯାଇ ପ୍ରଥମେ ଲାୟନ୍ସ କ୍ଲବ ଦ୍ଵାରା ନିର୍ମିତ ଏକ ଥଣ୍ଡାପାନୀୟ ପ୍ରକଳ୍ପ ଉଦଘାଟନ କରିବା ସହ ନୂତନ ଭାବରେ ନିର୍ମିତ କ୍ଲବ ଗୃହ କୁ ଫିତାକାଟି ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ଜି ଏମ ଟି ଲାୟନ୍ସ ସି ଆର ଦାଶ, ଡିଷ୍ଟ୍ରିକ୍ଟ କୋଅଡିନେଟର ଲାୟନ୍ସ ଚରନଜିତ କୌର ହୁରା, ରିଜିଓନାଲ ଚେୟାରପରସନ ଲାୟନ୍ସ ପ୍ରଫୁଲ୍ଲ ପ୍ରଧାନ, ଜୋନାଲ ଚେୟାରପରସନ ଲାୟନ୍ସ ମନୋଜ ଶର୍ମା ଯୋଗ ଦେଇଥିଲେ।ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ କରି ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ସଭା କାର୍ଯ୍ୟ ପରିଚାଳନା କରିଥିଲେ ଲାୟନ୍ସ ଶଙ୍କରଲାଲ ଗୁପ୍ତା। ଏହି ସମୟରେ ଲାୟନ୍ସ କ୍ଲବ ତରଫରୁ ମୂଖ୍ୟ ଅତିଥି ଛୁରିଆ ଙ୍କୁ ମେମନଟୋ, ଉପଢୌକନ ସହିତ ଫୁଲ ଚାରା ଗଛ ପ୍ରଦାନ କରାଯାଇଥିଲା । ଏହି ଅବସରରେ ଲାୟନ୍ସ କ୍ଲବ ସଂବଲପୁର,ଲାୟନ୍ସ କ୍ଲବ ହିରାକୁଦ, ଲାୟନ୍ସ କ୍ଲବ ଗୋଡଭଗା, ଲାୟନ୍ସ କ୍ଲବ ଅତାବିରା, ଲାୟନ୍ସ କ୍ଲବ କାଦୋବାହାଲ, ସଂକଳ୍ପ ପରିବାର ବରଗଡ, ଶପଥ ସେବା ସଂସ୍ଥା ରେମଣ୍ଡା କୁ ମଧ୍ୟ ମେମନଟୋ, ଉପଢୌକନ ଓ ଫୁଲ ଚାରାଗଛ ପ୍ରଦାନ କରାଯାଇଥିଲା। ଏଥିରେ ଲାୟନ୍ସ କ୍ଲବ ର ସମସ୍ତ ସଦସ୍ୟ /ସଦସ୍ୟା ଓ ଲିଓ କ୍ଲବ ର ସମସ୍ତ ସଦସ୍ୟ ଉପସ୍ଥିତ ରହି ସକ୍ରିୟ ଭାବେ ଅଂଶଗ୍ରହଣ କରି ସହଯୋଗ କରିଥିଲେ । ପରିଶେଷରେ ଲାୟନ୍ସ କ୍ଲବର ବରିଷ୍ଠ ସଦସ୍ୟ ତଥା ସମାଜସେବୀ ଲାୟନ୍ସ ଅମିୟ କୁମାର ମେହେର ଧନ୍ୟବାଦ ଅର୍ପଣ କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୪/୩/୨୦୨୨-----୬,୫୦ Sakhigopal News,24/3/2022