ଯୁବକଙ୍କ ଝୁଲନ୍ତା ମୃତ୍ୟୁ ଦେହ ଉଦ୍ଧାର
Rescue young man's hanging body.
ଓଡ଼ଗାଁ:- ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ କୋମଣ୍ଡ ମକରପଦା ହାଇସ୍କୁଲ ପଛପାଖ ମହୁଲ ଖଣି ଅଞ୍ଚଳର ଏକ ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତ୍ୟୁ ଦେହ ଉଦ୍ଧାର କରାଯାଇଛି। ମ୍ରୁତ ଯୁବକ କେନ୍ଦୁପଲ୍ଲୀ ର ସମୀର ପ୍ରଧାନ (୪୫) ବୋଲି ଜଣାପଡିଛି। ସେ କୁରାଳ ଗ୍ରାମର ନିଧିଆସାହିରେ ବିବାହ କରି ସପରିବାର ସହ ରହୁଥିଲେ।
ସୂଚନାପାଇ ଓଡ଼ଗାଁ ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଛି। ଏନେଇ ଓଡ଼ଗାଁ ଆଦର୍ଶ ଥାନା ଅଧିକାରୀ ଙ୍କୁ ପଚାରିବାରେ ଏହା ପାରିବାରିକ କଳହ ଯୋଗୁଁ ହୋଇଥାଇପାରେ ବୋଲି ସେ ସୂଚନା ଦେଇଛନ୍ତି। ଥାନା ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି ।
ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇ, ଓଡ଼ଗାଁ
ତା:- ୨୧/୩/୨୨----୪,୫୫
Sakhigopal News,21/3/2022