Breaking News

ତୁଷୁରାରୁ ଉଠୁନି ଅଳିଆ, ଧାରଣା ଦେଲେ ସଫେଇ କର୍ମଚାରୀ

The garbage was not removed from the snow, the cleaning staff said.



 

ବଲାଙ୍ଗିର: ତୁଷୁରା ଏନ ଏ ସି ରେ କାର୍ଯ୍ୟ କରୁଥିବା ସଫେଇ କର୍ମଚାରୀଙ୍କୁ ଇପିଏଫ୍‌ ଟଙ୍କା ନମିଳିବାରୁ କର୍ମଚାରୀମାନେ ଅନିର୍ଦ୍ଦିଷ୍ଟ କାଳପାଇଁ ଧାରଣା ଦେଇଛନ୍ତି  । କର୍ମଚାରୀ ମାନେ ଏକତ୍ରିତ ହୋଇ ଏନଏସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ପୂର୍ବରୁ ଧାରଣା ଦେଇଥିଲେ ମଧ୍ୟ ଇପିଏଫ୍‌ ଟଙ୍କାକୁ ନେଇ ଏନ୍‌ଏସି କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଉ ନ ଥିବାରୁ ପୁଣି ଥରେ ଧାରଣା ଦେଇଛନ୍ତି।
କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ଦୁଇଦିନ ହେଲା ତୁଷୁରାର ପଡ଼ା ପଡ଼ାରେ ଅଳିଆ ଗଦା ହୋଇ ପଡିରହିଛି। ଏନେଇ ସଫେଇ କର୍ମଚାରୀ ସଂଘର ସଭାପତି ମନୋଜ ଜୈନଙ୍କୁ ପଚାରିବାରୁ ଗତ ୫ ବର୍ଷର ଓ ଚଳିତ ବର୍ଷର ଇପିଏଫ ଟଙ୍କା ଦିଆଯାଇନି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରିରହିବ ବୋଲି କହିଛନ୍ତି। ନିର୍ବାଚନ ସମୟରେ ସହର ଭିତରେ ଅଳିଆ ପଡିରହି ଦୁର୍ଗନ୍ଧ ଦେଖାହେଉଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ବଲାଙ୍ଗିର ରୁ ରଞ୍ଜନ କୁମାର ବାଗ ଙ୍କ ରିପୋର୍ଟ ୧୬/୩/୨୦୨୨-----୫,୩୦ Sakhigopal News,16/3/2022

Blog Archive

Popular Posts