Breaking News

ନୂଆସମେଶ୍ୱରପୁର ଗ୍ରାମରେ ଦୋଳ ବିମାନରେ ଠାକୁରଙ୍କ ବଦଳରେ ଗୁଆ ପାଇଲା ପୂଜା ; ଦୋଳଯାତ୍ରା ପଡିଲା ଫିକା

 In the village of Nuasameshwarpur, Puja was replaced by Thakur on a swing plane; The ride was pale.


ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ନୂଆସମେଶ୍ୱରପୁର ଗ୍ରାମରେ ଦୋଳଯାତ୍ରାରେ ବିମାନରେ ଠାକୁର ବୁଲିକି ଚାଚେରୀ ଭୋଗ ଖାଇବାର ପରମ୍ପରା ରହିଛି । ମାତ୍ର ଠାକୁର ଚୋରି ହୋଇଯିବାରୁ ଏବେ ଗୁଆ ତାଙ୍କ ସ୍ଥାନରେ ପୂଜା ପାଇ ଆସୁଛି । ଏଥିଯୋଗୁ ଗ୍ରାମରେ କାହାରି ମୁହଁରେ ହସ ନାହିଁ । ଦୋଳଯାତ୍ରା ହେଉଛି ସତ ମାତ୍ର କାହାରି ମୁହଁରେ ଦୋଳଯାତ୍ରାର ହସ ନାହିଁ । ଠାକୁରଙ୍କ ନୀତିକାନ୍ତି ସେବାୟତ ମାନେ କରୁଛନ୍ତି ସତ ମାତ୍ର ସେମାନଙ୍କର ଆଗପରି ଆଉ ବିଶ୍ୱାସ ନାହିଁ । ସତେ ଯେମେିତି ସବୁ ଓଲଟ ପାଲଟା ହୋଇଯାଇଛି । ଫେବୃୟାରୀ ମାସ ୧୩ ତାରିଖରେ ଦୁବୁର୍ତ୍ତ ମାନେ ମନ୍ଦିର ଦ୍ୱାର ଭାଙ୍ଗି ଗ୍ରାମର ବହୁ ପୁରାତନ ଗୋପିନାଥ ମନ୍ଦିରରୁ  ସାତଗୋଟି ଅଷ୍ଟଧାତୁର ମୁତ୍ତି ଚୋରି କରି ନେଇଗଲା । ଗ୍ରାମ ବାସୀଙ୍କ ପକ୍ଷରୁ ଥାନାରେ ଅଭିଯୋଗ କରାଗଲା । ପୋଲିସ ଏ ପର୍ଯ୍ୟନ୍ତ ଚୋରର ଟେର ପାଉନାହିଁ ।ସେପରି କୌଣସି ଆଖିଦୃଶିଆ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିନଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ଏହାକୁ ନେଇ ଗ୍ରାମର ଶତାଧିକ ପୁରୁଷ ଓ ମହିଳା ମାନେ ୧୨ ଘଣ୍ଟିଆ ରାସ୍ତାରୋକ କରିଥିଲେ । ମାତ୍ର କିଛି ସେମାନଙ୍କୁ ସୁଫଳ ମିଳିଲା ନାହିଁ । ପରମ୍ପରା ଅନୁଯାୟୀ ଦୋଳଯାତ୍ରା ସମୟରେ ସାହିଯାତ୍ରା, ନାଗା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ମାତ୍ର ଏ ବର୍ଷ ଦୋଳଯାତ୍ରା ହେଉଛି ନାଗା ଯାତ୍ରା ମଧ୍ୟ ହେଉଛି ମାତ୍ର କାହାରି ମୁହଁରେ ସେପରି ହସ ବା ଖୁସି ନାହିଁ । ମାତ୍ର ବିମାନକୁ ଅନେଇ ଦେଲା ପରେ ସବୁ ଫିକା ପଡିଯାଉଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୭/୩/୨୦୨୨---୫,୨୦   



Sakhigopal News, 17/3/2022

Blog Archive

Popular Posts