Breaking News

ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ

Retirement farewell ceremony at Utkalmani Gopbandhu Memorial College.
 
ସାକ୍ଷୀଗୋପାଳ---- ସାକ୍ଷୀଗୋପାଳ ସ୍ଥିତ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ‌ର  ସଭାଗୃହରେ ତର୍କଶାସ୍ତ୍ର ବିଭାଗର ମୁଖ୍ୟ ପ୍ରାଧ୍ୟାପିକା ସୁଷମା କୁମାରୀ ମିଶ୍ର ଓ ଇଂରାଜୀ ବିଭାଗର ମୁଖ୍ୟ ପ୍ରାଧ୍ୟାପକ ଗୋପାଳ କୃଷ୍ଣ ପଣ୍ଡାଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ଃ ରତିକାନ୍ତ ପରିଡ଼ାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଇଂରାଜୀ ବିଭାଗର4 ଅଧ୍ୟାପିକା ପୁପୁଲ ମହାନ୍ତି ଅତିଥିମାନଙ୍କର ପରିଚୟ ପ୍ରଦାନ କରିବା ସହ ସ୍ବାଗତ ଭାଷଣ  ଦେଇଥିଲେ। ସଭାପତି ଡ଼, ପରିଡ଼ା  ତାଙ୍କ ଅଭିଭାଷଣରେ କହିଥିଲେ ଯେ  ବିଦାୟୀ ପ୍ରାଧ୍ୟାପକ ଦ୍ବୟ ଅନୁପସ୍ଥିତିକୁ ଏ ଅନୁଷ୍ଠାନ ସର୍ବଦା ଅନୁଭବ କରିବ । ଅଧ୍ୟାପନା ଜୀବନର ନିଜକୁ ଅନୁଷ୍ଠାନ ପାଇଁ ସମର୍ପିତ କରିବା ହିଁ ଗୁରୁତ୍ବପୂର୍ଣ୍ଣ " ବୋଲି ମତ ଦେଇଥିଲେ।
       କାର୍ଯ୍ୟକ୍ରମରେ ଅନୁଷ୍ଠାନର ଏକାଡେମୀ ପ୍ର. ସୁଜାତା ମହାପାତ୍ର, ପ୍ର. ସୁବାଷ ଚନ୍ଦ୍ର ସାହୁ , ପ୍ର. ରତ୍ନାକର ସାହୁ, ପ୍ର. ନଳିନୀ ଲୋଚନ ଦାଶ , ପ୍ର. ଅଜୟ କୁମାର ଦାଶ, ପ୍ରାଧ୍ୟାପିକା ମିଶ୍ର ଓ ପ୍ରାଧ୍ୟାପକ ପଣ୍ଡାଙ୍କର ଦୀର୍ଘ ତିନି ଦଶନ୍ଧିରୁ ଉର୍ଦ୍ଧ ଅଧ୍ୟାପକୀୟ ଜୀବନର ସ୍ମୃତି ଚାରଣ କରିଥିଲେ। ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଅବସରରେ ପ୍ରାଧ୍ୟାପିକା ସୁଷମା କୁମାରୀ ମିଶ୍ର ତାଙ୍କର ଦୀର୍ଘ କର୍ମମୟ ଜୀବନର ସମାପନ ପରେ ସମାଜ ସେବା ଓ ରଚନାତ୍ମକ କର୍ମରେ ସମଯ ଅତିବାହିତ କରିବେ ବୋଲି ମତ ଦେଇଥିଲେ। ଅନ୍ୟତମ ବିଦାୟୀ ପ୍ରାଧ୍ୟାପକ ଗୋପାଳ କୃଷ୍ଣ ପଣ୍ଡା ଆପଣାର ଦୀର୍ଘ ବୃତ୍ତିଗତ ଜୀବନ ଯାତ୍ରା କିପରି ଅରୁଣାଚଳ ପ୍ରଦେଶରୁ ଆରମ୍ଭ ହୋଇ ପବିତ୍ର ପୁରୀ ଜିଲ୍ଲାର ସାକ୍ଷୀଗୋପାଳରେ ଶେଷ ହେବା ସହ ଏକ କ୍ଲାନ୍ତିକର ଜୀବନର ସମାପ୍ତି ପରେ ଏକ ଅବଶୋଷହୀନ ଜୀବନ ଆରମ୍ଭ ହେବ ବୋଲି ଆଶା ପ୍ରକାଶ କରିଥିଲେ। ଉତ୍ସବ ଅବସରରେ ପ୍ରାଧ୍ୟାପିକା ମିଶ୍ର ଓ ପ୍ରାଧ୍ୟାପକ ପଣ୍ଡାଙ୍କୁ ଅନୁଷ୍ଠାନ ତରଫରୁ ମାନପତ୍ର ତଥା ଉପହାର ପ୍ରଦାନ କରାଯାଇଥିଲା । ପ୍ର. ଡ଼ଃ କଳ୍ପନା କୁମାରୀ ମହାପାତ୍ର ଓ ପ୍ର. ସସ୍ମିତା ପ୍ରଧାନ ଉଭୟଙ୍କ ମାନପତ୍ର ସଭାରେ ପଠନ କରିଥିଲେ। ସମଗ୍ର କାର୍ଯ୍ୟକ୍ରମକୁ  ପ୍ରଫେସର ଶ୍ରୀ ସୁବାଷ ଚନ୍ଦ୍ର ସାହୁ ପରିଚାଳନା କରିଥିଲେ ଓ ବଡ଼ବାବୁ ଶ୍ରୀ ରାଜକିଶୋର ପତି ଧନ୍ୟବାଦ ଅର୍ପଣ କରିଥିଲେ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ , ,୩୧/୩/୨୦୨୨----୧୦,୪୦ 
Sakhigopal News,31/3/2022

Blog Archive

Popular Posts