ସତ୍ୟବାଦୀରେ ନବ ନିର୍ବାଚିତ ସରପଞ୍ଚ ଓ ବ୍ଳକ ପ୍ରଶାସନର ବଂଧୁ ମିଳନ ଓ ପ୍ରଶିକ୍ଷଣ
Newly elected Sarpanch and Bloc administration friends reunite and train in Satyavadi.
ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକର ନବନିର୍ବାଚିତ ସମସ୍ତ ସରପଞ୍ଚ ମାନଙ୍କ ସହିତ ସତ୍ୟବାଦୀ ବ୍ଳକ ପ୍ରଶାସନ ପକ୍ଷରୁ ଏକ ବଂଧୁ ମିଳନ ସହିତ ବିଭିନ୍ନ ବିସୟରେ ଆଲେଚନା କରାଯାଇଥିଲା । ସତ୍ୟବାଦୀ ପଞ୍ଚାୟତ ସମିତିସଭା ଗୃହ ପରିସରରେ ବିଡିଓ କ୍ଷୀରୋଦ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଏକ ସରପଞ୍ଚ ମାନଙ୍କୁ ଗୋଲାପ ଫୁଲ ଦେଇ ସ୍ୱାଗତ କରାଯାଇଥିଲା । ପରେ ପରେ ବ୍ଳକର ସହକାରୀ ଯନ୍ତ୍ରୀ ବିଶ୍ୱ ମୋହନ ପଟ୍ଟନାୟକ, ବଡବାବୁ ପ୍ରଫୁଲ ବେହେରା, ଜିପିଓ ସୌଭାଗ୍ୟ ରଞ୍ଜନ କରଙ୍କ ସହିତ ବ୍ଳକର ବିଭିନ୍ନ ବିଭାଗର କର୍ମଚାରୀ ଓ ଜେଇ ମାନେ ପ୍ରଥମେ ସେମାନଙ୍କ ପରିଚୟ ପ୍ରଦାନ କରିବା ସହ ନିଜ ନିଜର ମୋବାଇଲି ନମ୍ବର ପ୍ରଦାନ କରିଥିଲେ । ପରେ ପରେ ନବ ନିର୍ବାଚିତ ସରପଞ୍ଚ ମାନେ ନିଜ ନିଜର ପରିଚୟ ପ୍ରଦାନ କରିଥିଲେ । ବଂଧୁ ମିଳନ ସରିବା ପରେ ବିଡଇଓ ଶ୍ରୀ ବେହେରା ସମସ୍ତ ସରପଞ୍ଚ ମାନଙ୍କୁ କହିଥିଲେ ଏବେ ଆପଣ ମାନେ ୫ ବର୍ଷ ପାଇଁ ଗୁରୁଦାୟତ୍ୱ ବହନ କରିଛନ୍ତି । ସବୁଠାରୁ ବଡ କଥା ହେଲା ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଗୁଡିକ କିପରି ସଠିକ ହିତାଧିକାରୀ ମାନଙ୍କ ପାଖରେ ପହଞ୍ଚିବ ସେଥିପାଇଁ ଆପଣ ମାନେ ଚେଷ୍ଟା କରିବା ଦରକାର । ସେହିପରି ସବୁଦିନ ଯେପରି ପଞ୍ଚାୟତ କାର୍ଯ୍ୟାଳୟ ଖୋଲାଯିବ ସେ ଦିଗପ୍ରତି ନଜର ଦେବାକୁ ବିଡିଓ ଶ୍ରୀ ବେହେରା ନବ ନିର୍ବାଚିତ ସରପଞ୍ଚ ମାନଙ୍କୁ କହିଥିଲେ । ଯେଉଁ ପ୍ରକଳ୍ପ ଗୁଡିକ ପଞ୍ଚାୟତରୁ ଆସିବ ସେ ଗୁଡିକ ସଠିକ ଭାବେ ହେବା ଦରକାର । ଥରେ ଗ୍ରହଣୀୟ ହୋଇଗଲା ପରେ ତାହା ପରିବର୍ତ୍ତନ କରିବା ସହଜ ନୁହେଁ ବୋଲି କହିଥିଲେ । ବିଶେଷ କରି ଆବାସ ଯୋଜନା, ଭର୍ତ୍ତା, ରାଶନ କାର୍ଡ, ସ୍ୱାସ୍ଥ୍ୟ କାର୍ଡ ପ୍ରତି ଗୁରୁତ୍ୱ ଦେବା ସହିତ ସମସ୍ତ କାର୍ଯ୍ୟ ଜିଓଟେକ ମାଧ୍ୟମରେ କରିବାକୁ ପଡିବ । ଅର୍ଥ ଦେଣ ନେଣ ସବୁ ଅନଲାଇନି ମାଧ୍ୟମରେ କରାଯିବ । ସ୍ତୁଲ, ଅଙ୍ଗନୱାର୍ଡି ଘର, ଲାଇବ୍ରେରୀ, ମିଶନଶକ୍ତି ଘର, ସ୍ୱାସ୍ଥ୍ୟ ବିଭାଗର ଘର ପ୍ରତି ସମସ୍ତ ସରପଞ୍ଚ ମାନେ ଅଧିକ ଧ୍୍ୟାନ ଦୋବକୁ ବିଡିଓ ପରାମର୍ଶ ଦେଇଥିଲେ । ଯେପରି ଆପଣ ମାନଙ୍କ ପଞ୍ଚାୟତରୁ ଜଣେ ବି ଲୋକ ବ୍ଳକ ନ ଆସେ ସେଥିପତ୍ରି ଆପଣ ମାନେ ସଜାଗ ହେବାକୁ ବିଡିଓ କହିଥିଲେ । ଖରା ମାଡି ଆସୁଥିବାରୁ ତୁରନ୍ତ ଅଚଳ ନଳକୂପ ଗୁଡଇକ ମରାତି କରିବା ସହ ଆବଶ୍ୟକ ପଡିଲେ ଟ୍ୟାଙ୍କର ମାଧ୍ୟମରେ ପାନୀୟ ଜଳ ଯୋଗାଣ, ଜଳଛତ୍ର, ପଣୁ ପକ୍ଷୀ ମାନଙ୍କ ପାଇଁ ମଧ୍ୟ ଜଳଛତ୍ର ଖୋଲିବାକୁ କହିବା ସହ ବିଭିନ୍ନ ବିସୟରେ ବିଡିଓ ଶ୍ରୀ ବେହେରା ଆଲେଚନା କରିଥିଲେ । ନବ ନିର୍ବାଚିତ ସରପଞ୍ଚ ମାନଙ୍କୁ ଏକ ପ୍ରକାରର ତାଲିମ ପ୍ରଦାନ କରାଯାଇଥିବା ଜଣାପଡିଛି । ଶେଷରେ ଜିପିଓ ଶ୍ରୀ କର ଧନ୍ୟବାଦ ଦେଇଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୬/୩/୨୦୨୨----୬,୧୦
Sakhigopal News, 16//3/2022