Breaking News

ସର୍ବଭାରତୀୟ ରେଳଚାଳକ ସଂଘର ବିଭିନ୍ନ ଦାବିନେଇ ରେଳନିୟନ୍ତ୍ରକଙ୍କ କାର୍ଯ୍ୟାଳୟ ସମୁଖରେ ଧାରଣା ଓ ବିକ୍ଷୋଭ

Protests and demonstrations in front of the Railway Inspector's Office with various demands from the All India Railway Association.


ଜଟଣୀ---ସର୍ବଭାରତୀୟ ରେଳଚାଳକ ସଂଘ ଖୋର୍ଦ୍ଧାରୋଡ ପକ୍ଷରୁ  ବିଭିନ୍ନ ଦାବିଗୁଡିକୁ ନେଇ ସ୍ଥାନୀୟ ରେଳନିୟନ୍ତ୍ରକଙ୍କ କାର୍ଯ୍ୟାଳୟ ସମୁଖରେ ମଙ୍ଗଳବାର ଧାରଣ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ରେଲୱେ ବୋର୍ଡ ପକ୍ଷରୁ ରେଳଚାଳକ ଓ ସହଚାଳକମାନଙ୍କ ପାଇଁ ଯେଉଁ ଗାଇଡଲାଇନ ପ୍ରସ୍ତୁତ କରିଛି ତାହାକୁ ସଂଘ ଘୋର ବିରୋଧ କରିଛି । ରେଳଚାଳକ ଓ ସହଚାଳକମାନଙ୍କୁ ଏକ ବକ୍ସ ପ୍ରଦାନ କରାଯାଇଥାଏ । ଉକ୍ତ ବକ୍ସରେ ସମସ୍ତ ମରାମତି ଯନ୍ତ୍ରପାତି ଏବଂ ବିଷ୍ଫାରକ ଡିଟୋନେଟର ନେଇ ଡ୍ୟୁଟିକୁ ଯିବେ । ମାତ୍ର ତାହାକୁ ରେଳବୋର୍ଡ ପ୍ରତ୍ୟାଖ୍ୟାନ କରି ଏକ ଟ୍ରଲିବ୍ୟାଗ ସାହାଯ୍ୟରେ ନେବେ । ତେବେ ସେମାନଙ୍କ ନିକଟରେ ରହିଥିବା ପୁର୍ବରୁ ନିଜ ସାମଗ୍ରୀ ସହିତ ରେଳସାମଗ୍ରୀ ସମେତ ୩୫କେଜିରୁ ଅଧିକ ଓଜନ ହୋଇଯାଇଥାଏ । ତେଣୁ ତାହାକୁ ନେବା ସମ୍ଭବ ହୋଇପାରିବ ନାହିଁ ବୋଲି କହିଛନ୍ତି ରେଳଚାଳକ ସଂଘ । ୧ଲକ୍ଷରୁ ଅଧିକ ରହିଥିବା ରେଳଚାଳକ ଓ ସହଚାଳକମାନଙ୍କୁ ଟ୍ରଲିବ୍ୟାଗ ପ୍ରଦାନ କରି ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରିବା ପରିବର୍ତେ ତେବେ ୧୭ହଜାର ରେଳଯନ୍ତ୍ରୀମାନଙ୍କୁ  ଟୁଲବକ୍ସ ପ୍ରଦାନ କରାଯାଏ ତେବେ ରାଜସ୍ୱ ବ୍ୟୟ କମ ହୋଇପାରେ ବୋଲି କହିଛନ୍ତି । ବିପଦ ସଂକେତ ଅତିକ୍ରମ କରିଥିବା ଚାଳକମାନଙ୍କୁ ଦଣ୍ଡବିଧାନ ନକରିବା ।ରାତ୍ରିକାଳୀନ ଭତା ଲାଗୁ କରିବା ସହିତ ଅସୁରକ୍ଷୀତ ରେଳ ପରିଚାଳନା ନିତିକୁ ବନ୍ଦ କରିବା । ବିନା ଗାର୍ଡରେ ରେଳଚାଳନା ବନ୍ଦ କରିବା । ରେଳଚାଳକ ଓ ସହଚାଳକମାନଙ୍କ ପାଇଁ ସ୍ୱତନ୍ତ୍ର ବିଶ୍ରାମଗୃହ ଓ ପ୍ରତୀକ୍ଷାଳୟ ବ୍ୟବସ୍ଥା କରିବା ।  ସେହିପରି ରେଳଚାଳକମାନଙ୍କ ମାଇଲେଜ ଭତା ୧୯୮୦ନିୟମକୁ ବଳବତର ରଖିବା । କାର୍ଯ୍ୟ ସମୟ ୯ଘଂଟା ମଧ୍ୟରେ ସିମିତ ରଖିବା । ରେଳଚାଳକମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ଓ ନିର୍ଯ୍ୟାତନା ବନ୍ଦ କରିବା । ଖାଲିପଡିଥିବା ପଦବୀଗୁଡିକୁ ପୁରଣ କରିବା । ଟ୍ରେନବୃଦ୍ଧିକୁ ଦୃଷ୍ଟିରେ ରଖି ସେହିକ୍ରମରେ ଆବଶ୍ୟକ ପଦବୀ ସୃଷ୍ଟି କରିବା । ନୂତନ ସହଚାଳକମାନଙ୍କୁ ପ୍ରଶିକ୍ଷଣ ଦେଇ କାର୍ଯ୍ୟରେ ନିୟୋଜିତ କରାଇବା । ରେଳଚିକିତ୍ସାଳୟକୁ  ବନ୍ଦ ନ କରିବା ଆଦି ବିଭିନ୍ନ ଦାବିନେଇ ଖୋର୍ଦ୍ଧାରୋଡ ରେଳନିୟନ୍ତ୍ରକଙ୍କ କାର୍ଯ୍ୟାଳୟ ସମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଉକ୍ତ ଦାବି ସମୁହକୁ ଯଦି ସରକାର ପୁରଣ ନକରନ୍ତି ତେବେ ଆଗାମି ଦିନରେ ଏହି ଆନ୍ଦୋଳନ ତିବ୍ରତର ହେବ ବୋଲି ରେଳଚାଳକ ସଂଘ ଚେତାବନୀ ଦେଇଛି । ଆଜିର ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ମଣ୍ଡଳ କାର୍ଯ୍ୟକାରୀ ସଭାପତି ସତ୍ୟନାରାୟଣ ପଟ୍ଟନାୟକ, ମଣ୍ଡଳ କୋଷାଧ୍ୟକ୍ଷ ପ୍ରଫୁଲ ଦାସ, ସହ ଶାଖାସଚିବ ରାକେଶ ମହାନ୍ତି,ଅରବିନ୍ଦ ନିରାଲା,ରବିରଂଜନ ପ୍ରକାଶ ପ୍ରମୁଖ ନେତୃତ୍ୱ ନେଇଥିଲେ । 

ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିର୍ପୋଟ, ୯/୩/୨୦୨୨---୫,୫୫  

 Sakhigopal News , 9/3/2022



Blog Archive

Popular Posts