Breaking News

16ତମ ବକୁଳବନ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ


Preparatory meeting for the 16th Bakulban Festival.

ସାକ୍ଷୀଗୋପାଳ----ବକୁଳବନ ମହୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବକୁଳବନ ମହୋତ୍ସବର ସଭାପତି ସାଧୁଚରଣ ବେହେରା ସଭାପତିତ୍ୱ କରି୧୬ତମ ବାର୍ଷିକ ବକୁଳବନ ମହୋତ୍ସବ ପାଇଁ ପ୍ରସ୍ତୁତି ଖସଡା ସମ୍ପର୍କରେ ଆଲେଚନା କରିଥିଲେ । ଅବସରପ୍ରାପ୍ତ ଶିକ୍ଷକ ରବୀନ୍ଦ୍ରନାଥ ଷଡଙ୍ଗୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା ଓ ବୀରରାମଚନ୍ଦ୍ରପୁର ପଞ୍ଚାୟତର ସରପଞ୍ଚ ଦୀପା ବେହେରା ଅତିଥିଭାବେ ଯୋଗ ଦେଇ ମହୋତ୍ସବକୁ ସରସ ସୁନ୍ଦର କରିବା ପାଇଁ ସହଯୋଗ କରିବେ ବୋଲି ପ୍ରତିଶୃୁତି ଦେଇଛନ୍ତି । ଅନୁଷ୍ଠାନର ସମ୍ପାଦକ ଯଯାତି କେଶରୀ ରାୟ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅନୁଷ୍ଠାନର ବରିଷ୍ଠ ଉପଦେଷ୍ଠା ଶଚ୍ଚୀକାନ୍ତ ବିଶ୍ୱାଳ ଯୋଗଦେଇ ବକୁଳବନର ବାର୍ତ୍ତା ସ୍ମରଣିକା ପାଇଁ ୧୦ ଦିନ ମଧ୍ୟରେ ଲେଖା ପଠାଇବାକୁ ନିବେଦନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସୁବାଷ ପ୍ରଧାନ, ସତ୍ୟନାରାୟଣ ବିଶ୍ୱାଳ, ବୈକୁଣ୍ଠ ନାଥ ନାୟକ, ନିଲିମା ରଥ, ଦିଲ୍ଲୀପ କୁମାର ପ୍ରଧାନ, ଧରଣି ପ୍ରଧାନ ଓ କୃପାନିଧି ପ୍ରଧାନ ପ୍ରମୁଖ ସଦସ୍ୟ ଯୋଗଦେଇଥିଲେ ।ଅନୁଷ୍ଠାନର ଉପସଭାପତି ଲକ୍ଷ୍ମୀ ପ୍ରସାଦ ପାଣି ଧନ୍ୟବାଦ ଦେଇଥିଲେ ।


ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୦/୩/୨୦୨୨---୮,୧୦  

Sakhigopal News, 20/3/2022

Blog Archive

Popular Posts