ହରିରାଜପୁର ପଞ୍ଝୁଦୋଳ ମେଳଣ ଉଦ୍ଯାପିତ ; ଅଭିର ପରବର୍ତ୍ତେ ଫୁଲ ପକାଇଲେ ଭକ୍ତ
Harirajpur Panjudol Mela celebrated; Devotees planted flowers after Abhir.
ଡେଲାଙ୍ଗ ----- ଓଡିଶା ପ୍ରସିଦ୍ଧ ହରିରାଜପୁର ପଞ୍ଝୁଦୋଳ ମେଳଣ ରବିବାର ଗୋଧୁଳି ଲଗ୍ନରେ ଉଦ୍ଯାପିତ ହୋଇଯାଇଛି । ଏହି ଉପଲକ୍ଷେ ମେଳଣ ପଡିଆରେ ପ୍ରାୟ ୫ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାବେଶ ହୋଇଥିଲା । ୨୪ତାରିଖ ବିଳମ୍ବିତ ରାତ୍ରରୁ ଆରମ୍ଭ ହୋଇ ୨୭ତାରିଖ ରାତ୍ର ପର୍ଯ୍ୟନ୍ତ ମେଳଣ ଅନୁଷ୍ଠିତ ହୋଇଥିଲା । ମେଳଣର ଅନ୍ତିମ ବା ଶେଷ ଦିବସକୁ ଠାକୁରଙ୍କ ମେଳଣ ବୋଲି କୁହାଯାଇଥାଏ । ମେଳଣର ଠାକୁରଙ୍କର ହରିହରଭେଟ ଦେଖିବା ପାଇଁ ଭକ୍ତମାନଙ୍କର ଗହଳି ପରିଲକ୍ଷିତ ହୋଇଥିଲା । ବିଶେଷ କରି ଦିଅଁ ମେଳଣ ବା ଶେଷ ଦିନରେ ଭକ୍ତ ମାନେ ଠାକୁରଙ୍କ ଉପରକୁ ଫଗୁ ପକାଇବାର ପରମ୍ପରା ରହି ଆସିଥିବା ବେଳେ ଏ ବର୍ଷ ଟିକେ ବଦଳିଛି । ଫଗୁ ପରିବର୍ତ୍ତେ ବିଭିନ୍ନ ରଙ୍ଗ ବେରଙ୍ଗର ଫୁଲ ଭକ୍ତ ମାନେ ଠାକୁରଙ୍କ ଉପରକୁ ପକାଇ ନିଜର ମନସ୍କାମନା ପୁର୍ଣ୍ଣ ପାଇଁ ନିବଦେନ କରିବା ସହ ବିଭିନ୍ନ ପ୍ରକାରର ଫଳମୂଳ ନୈବେଦ୍ୟ ପ୍ରଦାନ କରିଥିଲେ । ମେଳଣ ପଡିଆରେ ଏକ ଆଧ୍ୟାତ୍ମିକ ପରିବେଷ ସୃଷ୍ଟି ହୋଇଥିଲା । ମେଳଣ ପଡିଆ ରଙ୍ଗ ବେରଙ୍ଗ ଅଭିର ପରିବର୍ତ୍ତେ ଫୁଲରେ ଦୋଳ ବିମାନ ଗୁଡିକ ପରିପୂଣ୍ଁ ହୋଇଯାଇଥିଲା । ସଂଧ୍ୟା ସମୟରେ ହରିହରଭେଟ ହେବାପରେ ମେଳଣକୁ ଆମନ୍ତିତ ହୋଇ ଆସିଥିବା ଠାକୁରଙ୍କ ଦୋଳ ବିମାନ ଗୁଡିକ ନିଜ ନିଜ ଗ୍ରାମ ଅଭିମୁଖେ ବାହାରିଥିଲେ । ନିମନ୍ତ୍ରିତ ହୋଇ ଆସିଥିବା ଠାକୁରଙ୍କ ଦୋଳବିମାନ ଗୁଡିକ ଯିବା ପର୍ଯ୍ୟନ୍ତ ବସିରହିଥାନ୍ତି ମେଳଣର ଥାନପତି ଶ୍ରୀ ପଶ୍ଚିମାଶମ୍ବୁ ସୋମନାଥଙ୍କ ସହ ଭଁସର ଗ୍ରାମର ନୀଳକଣ୍ଠେଶ୍ୱରଦେବ । ଠାକୁରଙ୍କ ମହିମା ଯୋଗୁ ମେଳଣ ଶେଷ ଦିବସରେ ପାଚିଲା ଆମ୍ବ, ପଣସ ଯେ କୌଣସି ଭକ୍ତ ଆଣିକି ଏଠାରେ ଠାକୁରଙ୍କୁ ନୈବେଦ୍ୟ ଭାବରେ ଠାକୁରଙ୍କୁ ଅର୍ପଣ କରିଥାନ୍ତି । ହରିରାଜପୁର ମେଳଣ କମିଟି ତରଫରୁ ପ୍ରତିଦୋଳ ବା ମେଳଣକୁ ଆସିଥିବା ଠାକୁରଙ୍କୁ ଭୋଗହାଣ୍ଡି ଦେବା ସହ ସନମାନ ଭାବରେ ତାଙ୍କୁ ବିଦା କରା ଯାଇଥାଏ ।
ମେଳଣ ଜମିବା ସମୟରେ ଯେପରି ଆତସବାଜି ଫୁଟା ଯାଇଥିଲା ସେହିପରି ଠାକୁରଙ୍କୁ ବିଦାୟ ସମୟରେ ଆତସବାଜି ଅଳ୍ପ ସଂଖ୍ୟାର ଫୁଟୁଥିବାର ଦେଖାଯାଇଥିଲା । ମେଳଣକୁ ବୁଲି ଆସିଥିବା ଲୋକମାନେ ମାନେ ମେଳଣ ପଡିଆରୁ ବିଭିନ୍ନ ଘର ସାମଗ୍ରୀ କିଣିକି ନେବା ସହ ମିନାବଜାରରେ ଭିଡ ପରିଲକ୍ଷିତ ହୋଇଥିଲା । ମେଳଣ ପଡିଆରେ ପଡିଥିବା ଫାଷ୍ଟଫୁଡ୍, ଚାଟ୍, ଦହିବରା ଓ ବିଭିନ୍ନ ଖାଦ୍ୟ ଷ୍ଟଲ ଗୁଡିକରେ ଗହଳି ଚହଳି ଲାଗିଥିବାର ଦେଖାଯାଇଥିଲା । ମେଳଣକୁ ଶାନ୍ତି ଶୃଙ୍କଳାରକ୍ଷା କରିବା ପାଇଁ ବ୍ୟାପକ ପୋଲିସ , ମେଳଣ ପରିଚାଳନା କମିଟି ସହ ସ୍ଥାନୀୟ ଯୁବକ ମାନେ ସହଯୋଗ କରିଥିଲେ । ସେହିପରି ହରିରାଜପୁର ମେଳଣକୁ ସରସ ସୁନ୍ଦର କରିବା ପାଇଁ ଗ୍ରାମର ଓଡିଆ ଅନୁଷ୍ଠାନ ଓ ରାଜ୍ୟ ସଂସ୍କୃତି ବିଭାଗର ମିଳିତ ସହଯୋଗରେ ୯ମ ବାର୍ଷିକ ହରିରାଜପୁର ମହୋତ୍ସବ ଅନୁଷ୍ଠିତ ହୋଇଥିଲା । ଶାନ୍ତିଶୃଙ୍ଖଳା ସହିତ ବେଳଣ ଶେଷ ହୋଇଥିବାରୁ ମେଳଣ କମିଟି ପକ୍ଷରୁ ପ୍ରାଶସନ ଓ ଜନସାଧାରଣଙ୍କ ସହିତ ସ୍ଥଚାନୀୟ ଯୁବକ ମାନଙ୍କୁ ସାଧୁବାଦ ଜଣାଇଛନ୍ତି ବୋଲି ମେଳଣ କମିଟିର ସଂଯୋଜକ ପ୍ରସନ୍ନ ମହାରଥୀ ଜଣାଇଛନ୍ତି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୭/୩/୨୦୨୨---୭,୧୫
Sakhigopal News, 27/3/2022