ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗ ,; ବନବିଭାଗ ଜଣଙ୍କୁ ଗିରଫ କଲା
Allegations of forest fires,; The Forest Service arrested a man
ଭଞ୍ଜନଗର---ଉତ୍ତର ଘୁମୁସର ବନଖଣ୍ଡ କେନ୍ଦ୍ରିୟ ବନାଞ୍ଚଳ ଅଧିନ ଲାଠିପଡା ସେକସନର ନୂଆଁଗା ବିଟ୍ ର ରଗଡା ସଂରକ୍ଷିତ ଜଙ୍ଗଲ ଭାଗ ୬ରେ ନୂଆଁଗା ଗ୍ରାମର ଅଜୟ ଗୌଡ଼ ଜଙ୍ଗଲରେ ନିଆଁ ଲଗାଉଥିବା କୌଣସି ସୁତ୍ରରୁ ବନବିଭାଗ ଖବର ପାଇଥିଲେ । ଘଟଣାସ୍ଥଳରେ ଲାଠିପଡା ବନପାଳ ଅମ୍ରିତା ଜେନା ,ବନରକ୍ଷୀ ପି ମୋହନ ଓ ସ୍ମାର୍ଡ କର୍ମଚାରୀମାନେ ପହଞ୍ଚି ଅଜୟକୁ ଗିରଫ କରିବା ସହ ବ୍ୟବହୁତ ସରଜାମକୁ ମଧ୍ୟ ଜବତ କରିଛନ୍ତି । ବନବିଭାଗ କାର୍ଯ୍ୟଳୟ କେସଂ ନଂ୪୯୧/୨୨ରେ ମାମଲା ରୁଜୁ କରି ସୋରଡ଼ା କୋର୍ଟକୁ ଅଜୟକୁ ଚାଲାଣ କରାଯାଇଥିବା କେନ୍ଦ୍ରିୟ ବନାଞ୍ଚଳ ଅଧିକାରୀ କୁମର ବେହେରା କହିଛନ୍ତି । ଖବର ନେବାରେ ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ଅଭୟ କୁମାର ଦଳେଇଙ୍କ ନିନ୍ଦେର୍ଶକ୍ରମେ କେନ୍ଦ୍ରିୟ ବନାଞ୍ଚଳ ଅଧିକାରୀ କୁମର ବେହେରାଙ୍କ ନେତୃତ ଲାଠିପଡା ବନପାଳ ଅମ୍ରିତା ଜେନାଙ୍କ ସହଯୋଗରେ ଏହି ଚଢାଉ କରାଯାଇଥିଲା ।ଶୁକ୍ରବାର ସକାଳୁ ବନପାଳ ଶ୍ରୀମତୀ ଜେନା ଓ ବନରକ୍ଷୀ ପି ମୋହନ ସମେତ ସ୍ବାର୍ଡ କର୍ମଚାରୀମାନେ ନିଆଁ ଦାଉରୁ ରକ୍ଷା କରିବା ପାଇଁ ପେଟ୍ରୋଲିଂ କରୁଥିବା ବେଳେ ଅଭିଯୁକ୍ତ ଅଜୟ ଜଙ୍ଗଲରେ ନିଆଁ ଲଗାଉଥିବା ଦେଖି ଚଢାଉ କରିଥିଲେ ।ପ୍ରଚଣ୍ଡ ଖରା ଯୋତିକି ପାଖେଇ ଆସୁଛି ଜଙ୍ଗଲରେ ସେତିକି ନିଆଁ ଲାଗୁଛି । ଜଙ୍ଗଲରେ ଯେପରି ନିଆଁ ନଲାଗିବ ତାହାରି ଉପରେ ବନବିଭାଗ ତରଫରୁ କଢା ନଜର ରଖାଯାଇଥିବା ବେଳେ ପେଟ୍ରୋଲିଂଙ୍କୁ ମଧ୍ୟ ଜୋରସୋର କରାଯାଇଥିବା ଥିବା କେନ୍ଦ୍ରିୟ ବନାଞ୍ଚଳ ଅଧିକାରୀ ଶ୍ରୀ ବେହେରା ସୁଚନା ଦେଇଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୫/୩/୨୦୨୨----୮,୪୦

Sakhigopal News,25/3/2022