କ୍ଲଷ୍ଟର ସ୍ତରୀୟ ଏଫ. ଏଲ. ଏନ ପ୍ରତିଯୋଗିତା
Cluster level F. L. N competition
ସାକ୍ଷୀଗୋପାଳ--- ସତ୍ୟବାଦୀ ବ୍ଲକ ଅଧୀନ କେତକୀପାଟଣା କ୍ଲଷ୍ଟର ଏକ ଦିବସୀୟ ସୃଜନଶୀଳତା ପ୍ରତିଯୋଗିତା ପାଣିଛତ୍ର ଉପ୍ରା ବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଛି । କେତକୀପାଟଣା କ୍ଲଷ୍ଟର ର ସି.ଆର. ସି. ସି ଗୋପିନାଥ ମିଶ୍ର କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ମୁଖ୍ୟଅତିଥି ଭାବେ ନଳିନୀ ଲୋଚନ ଦଳାଇ .ଜ୍ୟୋସ୍ନାରାଣୀ ପ୍ରଧାନ, ରୁନୁ ବେହେରା, ଦୁର୍ଯ୍ୟୋଧନ ନାୟକ, ଶଶୀଭୁଷଣ ବେହେରା, ବାଇଧର ବେହେରା ଇତ୍ୟାଦି ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ବିଚାରପତି ଭାବରେ କାର୍ଯ୍ୟ କରିଥିଲେ। 14ଟି ସ୍କୁଲ ର ଛାତ୍ରଛାତ୍ରୀ ଙ୍କୁ ନେଇ ଏହି ପ୍ରତିଯୋଗିତା କରାଯାଇଥିଲା । ଗଣିତ ଓ ବିଜ୍ଞାନ କୁଇଜ,ଶ୍ରୁତଲିଖନ,ଡ୍ରଇଁ, ଗଳ୍ପ କଥନ ଇତ୍ୟାଦି ରେ ବିଭିନ୍ନ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ । କୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ କ୍ଲଷ୍ଟର ତରଫରୁ ସାର୍ଟିଫିକେଟ ଓ ପୁରସ୍କାର ଦିଆଯାଇଥିଲା । ସି. ଆର. ସି. ସି ଶ୍ରୀ ମିଶ୍ର ସମସ୍ତ ଅଂଶଗ୍ରହଣ କାରୀ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ଧନ୍ୟବାଦ ଦେଇଥିଲେ ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୫/୩/୨୦୨୨---୯,୧୫ Sakhigopal News,25/3/2022