Breaking News

ସେଞ୍ଚୁରୀୟାନ ବିଶ୍ୱ ବିଦ୍ୟାଳୟରେ ବିଶ୍ୱ ଚକ୍ଷୁ ଦିବସ ପାଳିତ

Centurion University celebrates World Eye Day.

ଜଟଣୀ --ସେନ୍ଚୁରିଆନ ବିଶ୍ଵ ବିଦ୍ୟାଳୟ ତରଫରୁ ୨୧ ମାର୍ଚ୍ଚ ଠାରୁ ୨୩ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ବିଶ୍ଵ ଚକ୍ଷୁ ଦିବସ ପାଳନ ହେଉଅଛି।ଏହି ତ୍ରିଦିବସୀୟ ଚକ୍ଷୁ ଦିବସ ପାଳନ କାର୍ଯ୍ୟକ୍ରମ ଅବସରରେ ବିଭିନ୍ନ  ଲୋକାଭିମୁଖୀ ଓ ଶିକ୍ଷଣୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ପ୍ରଥମ ଦିବସ ରେ ସରସ୍ଵତୀ ଶିଶୁ ମନ୍ଦିର ଜଟଣୀ ଠାରେ ଉକ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ କାର୍ଯ୍ୟକର୍ତ୍ତା ମାନଙ୍କ ପାଇଁ   ବିନାମୂଲ୍ୟରେ ଏକ ସ୍ବାସ୍ଥ୍ୟ ଓ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇ ଯାଇଛି । ପ୍ରଧାନ ଶିକ୍ଷକ  ରବୀନ୍ଦ୍ର କୁମାର ସେଠୀ ଏହି ସୁନ୍ଦର ଓ ଉପାଦେୟ କାର୍ଯ୍ୟକ୍ରମ ପାଇଁ ସ୍କୁଲ ଅଫ ପାରାମେଡିକର ମୁଖ୍ୟ ପ୍ରଫେସର ସୁନୀଲ କୁମାର ଝାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏହି ସ୍ୱାସ୍ଥ୍ୟ ଶିବିରରେ  ଏକ ଶହରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଏହି ସେବାର ସୁଯୋଗ ନେଇଥିଲେ ।ସେହିଭଳି ଦ୍ଵିତୀୟ ଦିବସରେ ବିଶ୍ଵବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଏକ ସ୍ବାସ୍ଥ୍ୟ ଓ ଚକ୍ଷୁଶିକ୍ଷା  ସମ୍ବନ୍ଧୀୟ ପୋଷ୍ଟର ଏବଂ ଆଲେଖ୍ୟ ଉପସ୍ଥାପନ କରାଯିବାର କାର୍ଯ୍ୟକ୍ରମ ରହିଛି।ଏହା ସହିତ ଚକ୍ଷୁ ବିଭାଗ ର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଏକ ବିଶେଷ ବିଷୟକୁ ନେଇ ପ୍ରତିଯୋଗିତା ମଧ୍ୟ କରାଯିବ।ତୃତୀୟ ଦିବସରେ ବିଶ୍ଵବିଦ୍ୟାଳୟର କୁଳପତି ଡଃ ସୁପ୍ରିୟା ପଟ୍ଟନାୟକଙ୍କ ସଭାପତିତ୍ବରେ ଓ ଡଃ ସୁନିଲ ଝା ଙ୍କ ପୌରହିତ୍ୟରେ ଏକ ବିଶେଷ ଅତିଥି ସଭା ଅନୁଷ୍ଠିତ ହେବ।ଯେଉଁଥିରେ ବିଶେଷ ଅତିଥି ଭାବେ ମାନନୀୟ ଡଃ ଏସ .ଟି ମୂରଲୀଧର, ଶ୍ରୀଯୁକ୍ତ ମିଲିନ୍ଦ ଯାଦବ ,ଡଃ ଓମେଗା ପ୍ରିୟଦର୍ଶିନୀ, ଡଃ ଆଲୋକ ଶ୍ରୀବାସ୍ତବ ଓ ଡଃ ଅଜୟ କୁମାର ସିଂହ, ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।ଏଥିରେ ଅତିଥି ମାନଙ୍କ ଦ୍ଵାରା ଚକ୍ଷୁ ଓ ସ୍ଵାସ୍ଥ୍ୟ ସମ୍ବନ୍ଧିତ ବିଶେଷ ଆଲୋଚନା କରାଯିବ।
ଏହି କାର୍ଯ୍ୟକ୍ରମରେ ପାରାମେଡିକ ବିଭାଗ ମୁଖ୍ୟ ଡଃ ସୌମ୍ୟା ଜାଲ କାର୍ଯ୍ୟକ୍ରମ ପାଇଁ ଧନ୍ୟବାଦ୍ ଅର୍ପଣ କରିବେ। ସହକାରୀ ପ୍ରାଧ୍ୟାପିକା ଡଃ ମୋନାଲି ପ୍ରିୟଦର୍ଶିନୀ ମିଶ୍ର ,ଅଧ୍ୟାପକ ଶ୍ରୀ ରନୀତାଭ ଓ ଅନ୍ୟାନ୍ୟ ପ୍ରମୁଖ ଅଧ୍ୟାପକ ଓ ଅଧ୍ୟାପିକାଙ୍କ ସକ୍ରିୟ ଭୂମିକାରେ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ପାଇଁ ସ୍କୁଲ ଅଫ ପାରାମେଡିକର ମୁଖ୍ୟ ଜଣାଇଛନ୍ତି।

ଜଟଣୀ -ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୧/୩/୨୦୨୨----୭,୫୦ 
Sakhigopal News,21/3/2022

Blog Archive

Popular Posts