Breaking News

ଅଟୋ ଓଲଟି ଡ୍ରାଇଭର ସହ ଦୁଇ ମହିଳା ଗୁରୁତର

Two women were seriously injured, including the driver of the car

ସାକ୍ଷୀଗୋପାଳ---- ୩୧୬ନହ ଜାତୀୟ ରାଜପଥର ସାତଶଙ୍ଖ ନିକଟରେ ଏକ ଅଟୋ ଓଲଟି ପଡିବାରୁ ଅଟୋଚାଳକଙ୍କ ସହିତ ଦୁଇଜଣ ମହିଳା ଗୁରୁତର ହୋଇଥିବା ଜଣାପଡିଛି । ଭୁବନେଶ୍ୱର ଭୀମଟାଙ୍ଗି ଅଞ୍ଚଳରୁ ଏକ ଅଟୋନଂଓଡି, ୩୩ଜେଡେ-୪୧୪୬ ଯୋଗେ ପୁରୀ ଆସୁଥିଲେ । ଅଟୋ ଡ୍ରାଇଭର ଗୋବର୍ଦ୍ଧନ ନାୟକଙ୍କ ଅସବଧାନତା ଯୋଗୁ ରାସ୍ତା ଉପରେ ପଡିଥିବା ଏକ ଗୋଡି ଉପରେ ଅଟୋ ଚଡିଯାଇଥିଲା । ଯାହାକି ଅଟୋର ଗତି ଦ୍ରୁତ ଥିବାରୁ ଅଟୋ ଟି ଓଲଟି ପଡିଥିଲା ।  ସୁଶିଲି ସେଠୀ ଓ ରମା ସେଠୀ ଦୁଇଜଣ ମହିଳା ଗୁରୁତର ଭାବେ ଆହତ ହୋଇ ସାକ୍ଷୀଗୋପାଳ ମେଡିକାଲରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ଭୁବନେଶ୍ୱର ୬ନଂ ମେଡିକାଲକୁ ପଠାଯାଇଥିବା ଜଣାପଡିଛି । ପୋଲିସ ଦୁର୍ଘଟଣା ଗସ୍ତ ଅଟୋଟିକୁ ଜବତ କରି ଏକ ମାମଲା ରୁଜ କରି ତଦନ୍ତ ଜାରି ରଖିଛି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩୦/୩/୨୦୨୨---୪.୫୦ 

 Sakhigopal News--30/3/2022

Blog Archive

Popular Posts