Breaking News

ଗୋଡି ଡମ୍ପର ଗାଡି ପଛରେ ପିଟିଲା ପୋଖରିନ ଟ୍ରକ

 A pond truck hit the back of a Goddam dump truck.


ସାକ୍ଷୀଗୋପାଳ----୩୧୬ନଂ ଭୁବନେଶ୍ୱର- ପୁରୀ ଜାତୀୟ ରାଜପଥର  କାଦୁଆ ପ୍ରେଟେଲ ଟାଙ୍କି ନିକଟରେ ଭୋର ୪ଟା ସମୟରେ ଏକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ପୋଖରିନ (ସିମେଣ୍ଟ ଗୋଡି )ନେଇକି ଯାଉଥିବା ଓଡି- ୦୨ ଜେ-୫୯୩ ଗାଡିର ଡ୍ରାଇଭର ଓ ହେଲପର ଗୁରୁତର ଭାବେ ଆହତ ହୋଇଛନ୍ତି । ସୁଚନାଯୋଗ୍ୟ ଯେ ରାସ୍ତା କରରେ ଗୋଡି ବୋଝେଇ କରି ଓଡି-୩୩-ଏଡି-୩୪୬୫ ଡମ୍ପର ଗାଡି ଠିଆ ହୋଇଥିଲା । ସେହିପରି ପୋଖରିନ ଗାଡିଟି ମାଲ ନେଇ ପୁରୀ ଅଭିମୁଖେ ଆସୁଥିଲା । ଗାଡିର ଡ୍ରାଇଭରର ଆଖି ପଡିଯିବାରୁ ଠିଆ ହୋଇଥିବା ଡମ୍ପର ଗାଡିର ପଛପଟେ ମାଡ ହୋଇଥିଲା । ଖବର ପାଇ ସତ୍ୟବାଦୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଡ୍ରାଇଭର ଓ ହେଲପରଙ୍କୁ ଉଦ୍ଦାର କରି ତୁରନ୍ତ ପୁରୀ ମେଡିକାଲକୁ ପଠାଇଥିବା ଜଣାପଡିଛି । ଦୁର୍ଘଟଣା ଗସ୍ତ ଗାଡି ଦୁଇଟିକୁ ପୋଲିସ ଜବତ କରିଥିବା ଜଣାପଡିଛି ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୬/୩/୨୦୨୨----୬,୨୦  Sakhigopal News, 26/3/2022

Blog Archive

Popular Posts