Breaking News

ଜାଗେଶ୍ୱରୀ ବିଦ୍ୟାପୀଠର 1981 ବ୍ୟାଚର ବନ୍ଧୁମିଳନ

Jageshwari Vidyapeeth 1981 batch of friendsସାକ୍ଷୀଗୋପାଳ-----ସତ୍ୟବାଦୀ ବ୍ଲକ୍ ଅନ୍ତର୍ଗତ ଅଳଗୁମ ଜାଗେଶ୍ୱରୀ ବିଦ୍ୟାପୀଠର ୧୯୮୧ ମସିହା ବ୍ୟାଚ୍ ଛାତ୍ରଛାତ୍ରୀଙ୍କର ଏକ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ପୁରୁଣା ଦିନର ସ୍ମୃତି ରୋମନ୍ଥନ ପୂର୍ବକ ଗୁରୁ ପୂଜନ କରାଯାଇଥିଲା । ପୁରୀର ଓଁକାରେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଏହି ବନ୍ଧୁମିଳନର ଆୟୋଜନ କରାଯାଇଥିଲା । ପ୍ରାରମ୍ଭରେ ଦିବଂଗତ ପ୍ରଧାନଶିକ୍ଷକ ପୂର୍ଣ୍ଣଚନ୍ଦ୍ର ସିଂ, ନିର୍ମଳ ଚନ୍ଦ୍ର ମହାନ୍ତି, ଛାତ୍ର ରମେଶ ଚନ୍ଦ୍ର ମଲ୍ଲିକ ଓ ବାନାମ୍ବର ବେହେରାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରି ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ସଭାରେ ଗୁରୁଜୀ ପ୍ରଭାତ ଚନ୍ଦ୍ର ରଥ ସଭାପତିତ୍ୱ କରିଥିଲେ । ଶିକ୍ଷା ସମସ୍ତ ପ୍ରକାର ସମ୍ପ୍ରସାରଣର ଆଧାର ଶୀର୍ଷକ ଆଲୋଚନା କରାଯାଇଥିଲା । ଏହି ଆଲୋଚନାଚକ୍ରରେ ଉପସ୍ଥିତ ଶିକ୍ଷକ ମାର୍କଣ୍ଡ ସେନାପତି, ବିରଞ୍ଚିନାରାୟଣ ମହାନ୍ତି, ପଣ୍ଡିତ ଶଙ୍କର୍ଷଣ ଦାସ, ଚନ୍ଦ୍ରଶେଖର ରଥ, ମନମୋହନ ମିଶ୍ର, କ୍ରୀଡ଼ା ଶିକ୍ଷକ ଦୁର୍ଯ୍ୟୋଧନ ନାୟକ ପ୍ରମୁଖ ଯୋଗଦେଇଥିଲେ । ନଳିନୀ, କମଳିନୀ, ଇମଲି, ବସନ୍ତ, ପ୍ରତିଭା, ପ୍ରଭାତୀ, ସଞ୍ଜୁ ଗୁରୁ ବନ୍ଦନା ଗାନ କରିଥିଲେ । ପ୍ରଭାକର ଜେନା ସ୍ୱାଗତ ଭାଷଣ ଓ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରମୋଦ କୁମାର ରଥ, କୈଳାସ ଚନ୍ଦ୍ର ମହାରଣା, ଜିତେନ୍ଦ୍ର ଜେନା ଓ ଯୁଗଳ ବରାଳଙ୍କ ସହିତ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଗୁରୁଜୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩୦/୩/୨୦୨୨---୪.୫୦

Sakhigopal News, 30/3/2022

Blog Archive

Popular Posts