Breaking News

ରେଳ ବିଭାଗର ଜେନେରାଲ ମ୍ୟାନେଜର ଙ୍କ ଗ୍ରସ୍ତ.... ବିଭିନ୍ନ ସଂଘ ପକ୍ଷୀରୁ ଦାବି ପତ୍ର ପ୍ରଦାନ

Victims of the General Manager of the Railways .... Submission of letters of demand from various unions.

ଭଞ୍ଜନଗର--- ଭାରତୀୟ ରେଳ ବିଭାଗ ର ଜେନେରାଲ ମ୍ୟାନେଜର ଟିଟିଲାଗଡ, ବଡ଼ମାଲ ଓ ସଇଁନ୍ତଲା ରେଳ ଷ୍ଟେସନ ଗସ୍ତ କରିଥିଲେ । ସକାଳେ 11 ସମୟ ରେ ରେଳ ବିଭାଗ ଜେନେରାଲ ମ୍ୟାନେଜର ଅର୍ଚ୍ଚନା ଯୋଶୀ ପ୍ରଥମେ ବଡ଼ମାଲ ରେଳ ଷ୍ଟେସନ ରେ ପହଁଚି ଯାଞ୍ଚ କରିବା ସହ ରେଳ ବିଭାଗ କାର୍ଯ୍ୟ କୁ ନେଇ ଅନୁଧ୍ୟାନ କରି ଥିଲେ । ପରେ ସଇଁନ୍ତଲା ରେଳ ଷ୍ଟେସନ କୁ ସ୍ୱତନ୍ତ୍ର ଟ୍ରେନ୍ ରେ ଆସି ବିଭିନ୍ନ କାର୍ଯ୍ୟ ର ଅନୁଧ୍ୟାନ କରି ଥିଲେ ।  ସଇଁନ୍ତଲା ବିକାଶ ପରିଷଦ ପକ୍ଷରୁ ସଇଁନ୍ତଲା ରେଳ ଷ୍ଟେସନ ରେ ପୁରୀ-ଦ୍ରୁଗ, ଦ୍ରୁଗ-ପୁରୀ ଟ୍ରେନ ରହିଣୀ ଦାବି କରିବା ସହ ସଇଁନ୍ତଲା ରେ ଏକ ଓଭର ବ୍ରିଜ ନିର୍ମାଣ, ରେଳ ଷ୍ଟେସନ ରେ ପିଇବା ପାଣି ର ସମସ୍ୟ ,ଜମି ଅଧିଗ୍ରହଣ ରେ ଅନେକ ହିତାଧିକାରୀଙ୍କୁ କ୍ଷତିପୂରଣ ଦାବି କରାଯାଇଥିଲା। ତେବେ ପୁରୀ-ଦ୍ରୁଗ ଟ୍ରେନ ରହିଣୀ ପାଇଁ ସଂଘ ଦାବି କରିଛି । ଏହି ଟ୍ରେନ ପୃବ ରୁ ରହଣୀ କରୁ ଥିବା ବେଳେ କରେନା ସମୟ ରେ ତାହା ବାତିଲ ହେଇ ଥିଲା । ତେବେ ପୁରୀ-ଦ୍ରୁଗ ଟ୍ରେନ ରହଣୀ ହେଲେ ଅଂଚଳ ର ଅଧିକାଂଶ ଲୋକେ ଭୁବନେଶ୍ୱର ମେଡିକାଲ ଯିବା ରେ ସୁବିଧା ହେବା ସହ ଛାତ୍ର ଛାତ୍ରୀ ମାନେ ମଧ୍ୟ ପାଠ ପଢା ମଧ୍ୟ ବେଶ ଉପକୃତ ହେବେ ବୋଲି ସଂଘ କହିଛି । ଅନ୍ୟ ପଟେ ଜେନେରାଲ ମ୍ୟାନେଜର ଅର୍ଚନା ଯୋଶୀ ପଦକ୍ଷେପ ନିଆଯିବ ବୋଲି କହି ଥିଲେ ।
ରଞ୍ଜନ କୁମାର ବାଗ ଙ୍କ ରିପୋର୍ଟ,୧୭/୩/୨୦୨୨---୧୦,୫୦ 
Sakhigopal News,17/3/2022

Blog Archive

Popular Posts