ଜୟପୁର ପଞ୍ଚାୟତରେ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମରେ ଯୋଗଦେଲେ ନବ ନିର୍ବାଚିତ ସରପଞ୍ଚ
The newly elected sarpanch attended a one-day event for children in Jaipur panchayat
ସାକ୍ଷୀଗୋପାଳ-----ସତ୍ୟବାଦୀ ବ୍ଳକର ସମସ୍ତ ଗ୍ରାମ ପଞ୍ଚାୟତରେ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସତ୍ୟବାଦୀ ବ୍ଳକର ମହିଳା ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମଟିକୁ ଆୟୋଜନ କରିଛନ୍ତି । ଏହି ଅବସରରେ ଜୟପୁର ଗ୍ରାମ ପଞ୍ଚାୟତର ମହାମାୟାସାହି ଅଙ୍ଗନୱାଡି ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ଶ୍ରୀମତି ଆରାଧନା ସମାନ୍ତରାୟ ଯୋଗ ଦେଇ ଆଜିର ଶିଶୁ କାଲିର ନାଗରିକ, ଏାମନଙ୍କ ଉପରେ କରାଯାଉଥିବା ଅନ୍ୟାୟ ଓ ଅଚ୍ୟାଚାର ରୋକିବା ଆମ ସମସ୍ତଙ୍କ ପାଇଁ କର୍ତ୍ତବ୍ୟ ବୋଲି ଶ୍ରୀମତି ସାମନ୍ତରାୟ ଉପସ୍ଥିତ ଥିବା ଅଙ୍ଗନୱାଡି କର୍ମୀ ଓଆଶା ଦିଦି ମାନଙ୍କୁ କହିଥିଲେ । ସାକ୍ଷୀଗୋପାଳମହିଳା ଶିଶୁ ବିକାଶ ବିଭାଗର ସୁପର ଭାଇଜର ମିତା ନାଗ ଓ ଜୟପୁର ପଞ୍ଚାୟତର ନାଏବ ସରପଞ୍ଚଶୁଭଦର୍ଶୀ ମହାପାତ୍ରଙ୍କ ସହିତ ସମସ୍ତ ଅଙ୍ଗନୱାଡି ୱାକର , ଆଶା ଦିଦି ଏକ ସଚେତନତା ର୍ୟାଲି ବାହାରିଥିଲା । ଅଙ୍ଗନୱାଡି କର୍ମୀଙ୍କ ପକ୍ଷରୁ ନବ ନିର୍ବାଚିତ ସରପଞ୍ଚଙ୍କୁ ଫୁଲତୋଡା ଦେଇ ସ୍ୱାଗତ କରାଯାଇଥିଲା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୪/୩/୨୦୨୨---୬,୩୫ Sakhigopal News, 24/3/2022