Breaking News

ତହସିଲ ପ୍ରୋସେସ ସର୍ଭର ନିଲମ୍ବିତ ପରେ, ତହସିଲଦାରଙ୍କ ମୁଖା ଖୋଲିଲେ ବିଜୟଙ୍କ ; ଚାଞ୍ଚଲ୍ୟକର ବୟାନ

After the suspension of the tehsil process server, the tehsildar opened his mouth to victory; Shocking statement.


ଜଟଣୀ---- ଜଟଣୀ ତହସିଲ କାର୍ଯ୍ୟାଳୟର ପ୍ରୋସେସ ସର୍ଭର ବିଜୟ କୁମାର ଦାସଙ୍କୁ ବୁଧବାର ଜିଲାପାଳ କାର୍ଯ୍ୟରୁ ନିଲମ୍ବନ କରିବାପରେ ଜଟଣୀ ତହସିଲ ଦାରଙ୍କ ନାମରେ ନିଲମ୍ବିତ ବିଜୟ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି । ଜଟଣୀ ତହସିଲର ପ୍ରୋସେସ ସର୍ଭର ବିଜୟ କୁମାର ଦାସ ତହସିଲ କାର୍ଯ୍ୟାଳୟରେ ହେଉଥିବା କେଳେଙ୍କାରିର ସଂପର୍କରେ ମୁହଁ ଖୋଲିଛନ୍ତି । କେବଳ ତହସିଲ ନୁହେଁ ଏଥିରେ ପୈାରପରିଷଦର କେତେକ କର୍ମଚାରୀ ମଧ୍ୟ ସଂପୃକ୍ତ ରହିଥିବା ବଳିଷ୍ଠ ପ୍ରମାଣ ସହିତ ଭିଜିଲାନ୍ସ ନିକଟରେ ଉପସ୍ଥାପନ କରିଛନ୍ତି । ତେଣୁ ଏପରି ଘଟଣାକୁ ବିଜୟ ଗଣମାଧ୍ୟମରେ ମଧ୍ୟ ସ୍ୱିକାର କରି କହିଛନ୍ତି ଯେ, ବିଜୟଙ୍କ ଦ୍ୱାରା ତହସିଲଦାର ମାଫିଆମାନଙ୍କଠାରୁ ବଟି ନେଉଥିଲେ । ଯାହା ମିଳୁଥିଲା ତହସିଲଦାର ୭୫% ଆଉ ୨୫% ଆମେ ସମସ୍ତେ ମିଳିମିଶି ଖର୍ଚ୍ଚ କରୁଥିଲୁ ଏବଂ ୭୫%ରୁ କିଛି ଟଙ୍କା ଉପରିସ୍ଥଧିକାରୀଙ୍କ ନିକଟକୁ ଯିବ ବୋଲି ତହସିଲଦାର କହନ୍ତି । ଏଣୁ ମୁଁ  ଟଙ୍କା ଆଦାୟକରି ପୈାରକର୍ମଚାରୀ ଜଣଙ୍କ ହାତକୁ ଦେଇଥାଏ ବୋଲି ଚାଚଂଲ୍ୟକର ବୟାନ ଦେଇଛନ୍ତି ବିଜୟ ।  ଏପରିକି ଭୂବନେଶ୍ୱର କେଦାରଗୈାରୀ ଆପାର୍ଟମେଂଟରେ ରହୁଥିବା ତହସିଲଦାରଙ୍କ ଘରକୁ ପ୍ରତି ରବିବାର ଟଙ୍କାନେଇ ପୈାରପରିଷଦର କର୍ମଚାରୀ ଜଣଙ୍କ ଯାଇଥାଏ ବୋଲି ମଧ୍ୟ ଗଣମାଧ୍ୟମରେ କହିଛନ୍ତି । ଗତ ସପ୍ତାହରେ ସ୍ଥାନୀୟ ଖୁଦୁପୁର ଖଣିରୁ ଚୋରା ଲଘୁଖଣିଜ ପଦାର୍ଥ ଚାଲାଣ ହେଉଥିବା ବେଳେ ବ୍ୟବହୃତ ଗାଡିର ଭିଡିଓ ଉତୋଳନକରି ତହସିଲଦାର ତପନ କୁମାର ମହାପାତ୍ରଙ୍କୁ ପଠାଇଥିଲି । ମାତ୍ର ତହସିଲଦାର ଏହି ଗାଡିକୁ ନ ଅଟକାଇବାକୁ ମୋତେ ନିର୍ଦ୍ଧେଶ ଦେଇଥିଲେ । ମୁଁ ମଧ୍ୟ ଏହି ଗାଡିକୁ ଛାଡିବାକୁ ବାଧ୍ୟ ହୋଇଥିଲି । ସରକାରଙ୍କ ନିୟମନୁଯାୟୀ ଯେଉଁ ଗାଡିରୁ ଏକଲକ୍ଷ ଟଙ୍କା ଜୋରିମାନା ଆଦାୟ କରିବାର ଆଇନ ରହିଛି ତାହାକୁ ତହସିଲଦାର ୫୦ହଜାର ଟଙ୍କା ନେଇ ଛାଡିଦେଇଥାନ୍ତି । ଦିନରାତି ବେଆଇନ ଚୋରାଚାଲାଣ ହେଉଥିବା ନେଇ ଜଟଣୀବାସୀ ବିଭିନ୍ନ ସମୟରେ ତହସିଲଦାରଙ୍କ ନିକଟରେ ଅଭିଯୋଗ କରି ଆସୁଥିଲେ ମଧ୍ୟ ତହସିଲଦାରଙ୍କ ଜାଣତରେ ଏସବୁ ହେଉଥିବା ତହସିଲ କାର୍ଯ୍ୟାଳୟର ଅଧିକାଂଶ କର୍ମଚାରୀ ଏଥିରେ ଅବଗତ ଅଛନ୍ତି । ତଦନ୍ତ ହେଲେ ସବୁ ଘଟଣାର ପର୍ଦାଫାସ ହୋଇପାରନ୍ତା ବୋଲି ବିଜୟ ଭିଜିଲାନ୍ସ ନିକଟରେ ନିବେଦନ କରିଛନ୍ତି । ଏଥିରେ ଜଟଣୀ ପୈାରପରିଷଦର କେତେକ କର୍ମଚାରୀମାନେ ସଂପୃକ୍ତ ରହିଛନ୍ତି । ତହସିଲଦାରଙ୍କ ବ୍ୟକ୍ତିଗତ ଡ୍ରାଇଭର, ତହସିଲ କାର୍ଯ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ, ପୈାରପରିଷଦ ୨ଜଣ କର୍ମଚାରୀଙ୍କ ସମେତ ଜମି କନଭର୍ସନ,ସତ୍ୱପରିବର୍ତନ,କିସମ ପରିବର୍ତନ ଓ ଦେବତରଜମି କିସମ ପରିବର୍ତନ କରିବାଲାଗି ହିତାଧିକାରୀମାନଙ୍କଠାରୁ ମୋ ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ନେଇଥିବା ହିତାଧିକାରୀମାନଙ୍କଠାରୁ ଆପଣମାନେ ବୁଝି ପାରିବେ ବୋଲି ନିଳମ୍ବିତ ବିଜୟ କହିଛନ୍ତି ।

 ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିର୍ପୋଟ, ୧୯/୩/୨୦୨୨ ----୬,୩୦  

 Sakhigopal News, 19/3/2022


Blog Archive

Popular Posts