ସାଗରସ୍ନାନ ବାରୁଣିବୁଡ 29 ତାରିଖରେ ଅନୁଷ୍ଠିତ ହେବ
The sea bath will be held on the 29th of Barunibud.
ସାକ୍ଷୀଗୋପାଳ----ସାକ୍ଷୀଗୋପାଳଥାନା ଅନ୍ତର୍ଗତ ସାଗରସ୍ନାନ ଯାତ୍ରା ବା ବାରୁଣି ବୁଡ ୨୯ ତାରିଖରେ ହେବ ବୋଲି ନିସ୍ପତି ଗ୍ରହଣ କରାଯାଇଛି । ଅନୁଷ୍ଠିତ ବୈଠକରେ ବରାଳ ବାଲୁଙ୍କେଶ୍ୱର ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀ ତପନ କୁମାର ଦାସଙ୍କ ଆହ୍ୱନ କ୍ରମେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟସିଂ, ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା, ବିଡିଓ କ୍ଷୀରୋଦ କୁମାର ବେହେରା, ଥାନା ଆଇଆଇସି ଦିଲ୍ଲୀପ କୁମାର ବେହେରା, ଏମପି ଙ୍କ ପ୍ରତନିଧି ଧୃବଚରଣ ଦାଶ, ଜିଲ୍ଲାପରିଷଦ ସଭ୍ୟ ରତିକାନ୍ତ ମିଶ୍ର, ବିଷ୍ଠୁପିୟା ବରାଳ ଓ କାଦୁଆ ସରପଞ୍ଚ ଗାୟତ୍ରୀ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ ।ବିଭିନ୍ନ ବିସୟରେ ଆଲେଚନା ହେବା ସହ ବିଦ୍ୟୁତ, ପାନୀୟ ଜଳ, ରାସ୍ତା , ଅଗ୍ନିଶମ ଅଧିକାରୀ ମାନେ ଯୋଗ ଦେଇଥିଲେ । ମାତ୍ର ବରାଳ ଓ ବଳପୁର ଦୁଇ ମନ୍ଦିରର ଟ୍ରଷ୍ଟି ପକ୍ଷରୁ କେଉଁଦିନ ବାରୁଣିବୁଡ ବା ସାଗରସ୍ନାନ କରାଯିବାକୁ ନେଇ ମତ ପ୍ରଥ୍ୟର୍କ ହେବାରୁ ଶେଷରେ ପୁରୀ ମୁକ୍ତିମଣ୍ଡପର ନିସ୍ପତି ଅନୁସାରେ କରାଯିବା ପାଇଁ ନିସ୍ପତି ନିଆଯାଇଥିଲା । ଶେଷରେ ମୁକ୍ତମଣ୍ଡପଙ୍କ କଥା ଅନୁସାରେ ୨୯ ତାରିଖ ଅପରାହ୍ନରେ ବାରୁଣିବୁଡ ପଡିବ ବୋଲି ଟ୍ରଷ୍ଟି ପକ୍ଷରୁ ସୁଚନା ମିଳିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୬/୩/୨୦୨୨----୬,୨୦
Sakhigopal News, 26/3/2022