ପ୍ରସିଦ୍ଧ ଭାରତୀୟ ହିନ୍ଦୀ ସାହିତ୍ୟିକ ଶ୍ରୀମତୀ ମହାଦେବୀ ବର୍ମା ଙ୍କର ଜନ୍ମ ବାର୍ଷିକୀ ପାଳନ
Celebrating the birth anniversary of Mahadevi Burma, a famous Indian Hindi writer
ଜଟଣୀ -----ହିନ୍ଦୀ ସାହିତ୍ୟର ବିଶିଷ୍ଟ କବୟିତ୍ରି ମହାଦେବୀ ବର୍ମାଙ୍କ 115 ତମ ଜନ୍ମ ବାର୍ଷିକୀ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ରାଜ ଭାଷା ବିଭାଗ ଦ୍ଵାରା ପାଳନ କରାଯାଇଛି । ପ୍ରସିଦ୍ଧ ଭାରତୀୟ ହିନ୍ଦୀ ସାହିତ୍ୟିକଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ତାଙ୍କର ଜନ୍ମ ବାର୍ଷିକୀ ପାଳନ କରାଯାଇଛି। ପଦ୍ମଭୂଷଣ ଶ୍ରୀମତୀ ମହାଦେବୀ ବର୍ମା ଜଣେ ମହାନ ସାହିତ୍ୟିକ ଥିଲେ ଯିଏ ଆଧୁନିକ ମୀରା ଭାବରେ ଜଣାଶୁଣା ଥିଲେ। ବ୍ୟକ୍ତି ଭିତ୍ତିକ ମାନବବାଦୀ କବିତାର ଚିନ୍ତାଧାରାରେ ସମ୍ମାନ ପ୍ରଦାନ କରିବାରେ ତାଙ୍କର ଏକ ଅବିସ୍ମରଣୀୟ ଅବଦାନ ଥିଲା । ମହିଳାମାନଙ୍କର ମୁକ୍ତି, ଶିକ୍ଷା ଏବଂ ବିକାଶ ପାଇଁ ସେ ସମାଜରେ ଯେଉଁ ସ୍ୱର ଉତ୍ତୋଳନ କରିଛନ୍ତି ତାହା ପ୍ରକୃତରେ ପ୍ରଶଂସନୀୟ କାର୍ଯ୍ୟ । ଏହି ଅବସରରେ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ର ବରିଷ୍ଠ ମଣ୍ଡଳ କାର୍ମିକ ଅଧିକାରୀ ରଂଜନ କୁମାର ମହାନ୍ତି ଏହି ପ୍ରସିଦ୍ଧ କବିୟିତ୍ରିଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଏବଂ କହିଥିଲେ ଯେ ଶ୍ରୀମତୀ ବର୍ମାଙ୍କର କବିତାରେ ମାନବ ସମ୍ବେଦନଶୀଳତା ଏବଂ ଜାତୀୟ ଆତ୍ମା ସ୍ପଷ୍ଟ ଭାବରେ ପ୍ରତିଫଳିତ ହୋଇଛି। ଏହି କାର୍ଯ୍ୟରେ ଅଂଶଗ୍ରହଣ କରି ରେଳ କର୍ମଚାରୀମାନେ ଏହି ବିଶିଷ୍ଟ ବ୍ୟକ୍ତିତ୍ୱଙ୍କର ଜୀବନ ଏବଂ ପ୍ରସିଦ୍ଧ କବିତା ବିଷୟରେ ବର୍ଣ୍ଣନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ଶ୍ରୀମତୀ ଉଷା ରାନୀ,ମଣ୍ଡଳ ରାଜ ଭାଷା ଅଧିକାରୀ ସଂଯୋଜନା କରିଥିଲେ ।
ଜଟଣୀ --ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୯/୩/୨୦୨୨----୭,୫୫ Sakhigopal News,