ଟୀକା କରଣ ଦିବସରେ ଆଶା ଓ ମହିଳା ସ୍ୱାସ୍ଥ୍ୟ କର୍ମୀ ସମ୍ମର୍ଦ୍ଧିତ ହେଲେ
Asha and female health workers were honored on Vaccination Day.
ସାକ୍ଷୀଗୋପାଳ---- ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସଭାଗୃହ ପରିସରରେ ଟୀକା କରଣ ଦିବସ ପାଳିତ ହୋଇଯାଇଛି । ଏଥିରେ ଆଶା, ମହିଳାସ୍ୱାସ୍ଥ୍ୟ କର୍ମୀଙ୍କ ସହିତ ଅଙ୍ଗନୱାଡି କର୍ମୀ ମାନେ ଯୋଗ ଦେଇଥିଲେ । ଏହି ଅବସରରେ ଅନୁଷ୍ଠିତ ଆଲେଚନା ଚକ୍ରରେ ସ୍ୱାସ୍ଥ୍ୟ କେନ୍ଦ୍ରର ଇନିଚାର୍ଯ୍ୟ ଡ. ବିଶ୍ୱଜିତି ମିଶ୍ର ସଭାପତିତ୍ୱ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିପିଏମ ଜ୍ୟୋତି ରଞ୍ଜନ ମିଶ୍ର, ପି.ଏଚ,ଇ,ଓ କ୍ଷେତ୍ରମଣୀ ସେଠୀ, ଫାର୍ମାସିଷ୍ଟ ସୁରେଶ କୁମାର ନନ୍ଦ ଓ ବି.ଏ.ଏମ ସୁଶାନ୍ତ କୁମାର ସାହୁ ପ୍ରମୁଖ ଯୋଗ ଦେଇ ଟୀକା କରଣକୁ ସମସ୍ତେ ମିଶିକି ସଫଳ କରିବା ପାଇଁ ମତ ପ୍ରକାଶ ପାଇଥିଲା ।ଏହି ଅବସରରେ ପ୍ରତିମା ପୁଷ୍ଟି,ଚାରୁଲତା ସେଠୀ ଆଶା ଦିଦି ଓ ମହିଳା ସ୍ୱାସ୍ଥ୍ୟ କର୍ମୀ ବିଜୟଲକ୍ଷ୍ମୀ ମହାପାତ୍ରଙ୍କୁ ମାନପତ୍ର, ଉତ୍ତରୀୟ,ସିଲଡ ଓ ଫୁଲତୋଡା ଦେଇ ଅତିଥି ମାନେ ସେମାନଙ୍କୁ ସମ୍ମର୍ଦ୍ଧିତ କରାଯାଇଥିଲା । ସେଠାରେ ଉପସ୍ଥିତ ଥିବା ଅଙ୍ଗନୱାଡି କର୍ମୀ ସମାନ କାମ କରୁଛି ମାତ୍ର ଆମକୁ ସ୍ୱାସ୍ଥ୍ୟ ବିଭାଗ ଅଣଦେଖା କରୁଛି ବୋଲି ଅସନ୍ତୋଷ ପ୍ରକାଶ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୬/୩/୨୦୨୨---୫,୪୫ Sakhigopal News, 16/3/2022
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୬/୩/୨୦୨୨---୫,୪୫ Sakhigopal News, 16/3/2022