Breaking News

ମକରା ନଦୀରେ କୁମ୍ଭୀର ଆତଙ୍କ ; ବନ ବିଭାଗ ଓ ପୁଲିସ କୁମ୍ଭୀରକୁ ଖୋଜି ଖୋଜି ନୟାନ୍ତ


 କଣାସ----- କଣାସ ବ୍ଲକରେ ପ୍ରବାହିତ ହେଉଥିବା ଦୟାନଦୀର ଶାଖା ନଦୀ ମକରା ନଦୀର ଅଡାଲ ଗ୍ରାମଠାରେ ଆଜି ଦିନ ଦୁଇଟା ସମୟରେ ନଦୀ ମଧ୍ୟରେ ଏକ କୁମ୍ଭୀର  ଭାସୁଥିବା ୪ ଜଣ ଯୁବକ ଦେଖି ଫଟୋ ଉଠାଇଥିଲେ । ପରେ ପରେ ସୋସିଆଲ ମିଡିଆରେ ଭାଇରାଲ କରିବା ସହିତ ବନ ବିଭାଗ ଏବଂ ଗଡିଶାଗୋଦା ପୁଲିସକୁ ଜଣାଇଥିଲେ । ସେମାନେ ଘଟଣା ସ୍ଥଳରେ ପହଁଚି ଦୀର୍ଘ ଦୁଇ କିଲୋମିଟର ନଦୀ କୂଳେ କୂଳେ କୁମ୍ଭୀରର ସନ୍ଧାନରେ ବୁଲିଥିଲେ ମଧ୍ୟ କୁମ୍ଭୀରର କୈାଣସି ସନ୍ଦାନ ପାଇନଥିଲେ । ଦୁଇ ପାଶ୍ୱର୍ ନଦୀ ବନ୍ଧ ଓ ଅଡାଲ ସେତୁ ଉପରେ କୁମ୍ଭୀରକୁ ଦେଖିବା ପାଇଁ ଶହ ଶହ ଜନସାଧାରଣ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଥିଲେ ମଧ୍ୟ କୁମ୍ଭୀରକୁ ଦେଖିନଥିଲେ । ପ୍ରକାଶ ଥାଉକି ଦୀର୍ଘ ୮ ମାସ ତଳେ ଗୋଟିଏ କୁମ୍ଭୀର ଦୟା ଓ ମକରା ନଦୀରେ ବୁଲି ବୁଲି ଆତଙ୍କ ସୁଷ୍ଟି କରିଥିବାବେଳେ କେତେକ ମସ୍‌ô୍ୟଜୀବି ଓ ଜନସାଧାରଣ ଜଙ୍କିଆ ନିକଟରେ ଦୟା ନଦୀରୁ କୁମ୍ଭୀରଟିକୁ ଧରି ବନ ବିଭାଗ କର୍ମଚାରୀ ମାନଙ୍କୁ ହସ୍ତାନ୍ତର କରିଥିଲେ । କଣାସରୁ ଅଜିତି କୁମାର ତ୍ରିପାଠୀଙ୍କ ରିର୍ପୋଟ, ୨୨ା୭ା୨୦୨୫---- ୮,୪୫    Sakhigopal News, 22/7/2025


Blog Archive

Popular Posts