Breaking News

ଯାତ୍ରୀବାହି ଅଟୋ ଓଲଟି ୫ ଗୁରୁତର

 The passenger car overturned 5 times.
ଭଞ୍ଜନଗର--ଭଞ୍ଜନଗର ଥାନା ଅନ୍ତର୍ଗତ ବାଘ୍ର୍ୟାଦେବୀ -କୁଲାଡ ରାସ୍ତାରେ ଯାତ୍ରୀବାହି ଅଟୋ ଓଲଟି ୫ ଗୁରୁତର ଆହତ ହୋଇଛନ୍ତି । ସେମାନେ ହେଲେ ପାଟପୁରୁ ଥାନା ଅନ୍ତର୍ଗତ କଉଡିଆ ଗ୍ରାମର ସଜନୀ ଜେନା(୫୦)ବର୍ଷ,ଭଞ୍ଜ ପରିଡା(୩୫)ବର୍ଷ,ବାବୁଲା ପ୍ରଧାନ(୨୬) ବର୍ଷ,ଝିଲି ପରିଡା(୨୭)ବର୍ଷ,ସୁନାଲି ବିଷୋୟୀ(୨୨),ନମନ୍ଦା ପରିଡା । ଖବର ନେବାରେ କଉଡିଆ ଗ୍ରାମର ଗୋଟିଏ ପରିବାର ୬ ଜଣକୁ ଧରି ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ ମା ବାଘ୍ର୍ୟାଦେବୀ ଙ୍କ ଦର୍ଶନ କରିବା ସହ ମାନସିକ ପୁରଣ କରି ନିଜ ଗ୍ରାମ କଉଡିଆ ଗ୍ରାମକୁ ଫେରୁଥିବା ସମୟରେ କୁଲାଡ ରାସ୍ତାରେ ଏହି ଦୁଘର୍ଟଣା ଘଟିଥିଲା । ୫ଜଣକୁ ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାସ ଯୋଗୋ ଭଞ୍ଜନଗର ଡାକ୍ତରଖାନାରେ ଭତ୍ତି କରାଯାଇଥିଲା ।ଏଠାରେ ପ୍ରାଥମିକ ଚିକିତ୍ସା ପରେ  ବାବୁଲା ଓ ସଜନୀର  ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡଡାକ୍ତରଖାନାକୁ ସ୍ତାନନ୍ତର କରାଯାଇଛି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୩/୩/୨୦୨୨---୧୦,୪୦  
 Sakhigopal News,23/3/2022

Blog Archive

Popular Posts