କାରଗିଲ ଶହିଦ ପରିବାରଙ୍କୁ ଏନସିସି ପକ୍ଷରୁ ସମ୍ମର୍ଦ୍ଧନା
Congratulations to the families of the Kargil martyrs on behalf of the NCC.
ସାକ୍ଷୀଗୋପାଳ----- ସତ୍ୟବାଦୀ ଥାନା ଅନ୍ତର୍ଗତ ତଥା ବନପୁର ଗ୍ରାମର କାରଗିଲ ଯୁଦ୍ଧରେ ଶହୀଦ ହୋଇଥିବା ଶ୍ୟାମ ସୁନ୍ଦର ବାରିକିଙ୍କ ବିଧବା ପତ୍ନୀ ବିଣାପାଣି ବାରିକି ଓ ପୁତ୍ର ନିର୍ମଳ କୁମାର ବାରିକିଙ୍କୁ ୬ଷ୍ଠ ଓଡିଶା ଏନ,ସି,ସି ପୁରୀଙ୍କ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମରେ ଲେପ୍ଟନାଣ୍ଟ କର୍ଣ୍ଣେଲ ସୁଦର୍ଶନ ଯୋଶୀ, ପ୍ରଶାନ୍ତ ପଣ୍ଡାଙ୍କ ନିର୍ଦ୍ଦେଶରେ ସୁବେଦାର ଦୀପକ କୁମାର , ହାବିଲଦାର ସଞ୍ଜୟ ଓ କେ, ଆର, ରେଡିଙ୍କ ଉପସ୍ଥିତିରେ ପିପିଲି କଲେଜର ଏନ.ସି.ସି କ୍ୟାଡେଟ ଓ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ଏନ୍,ସି,ସି କ୍ୟାଡେଟ, ନୂଆସମେଶ୍ୱରପୁର ସରପଞ୍ଚ ପ୍ରଶାନ୍ତ କୁମାର ପାଣି, ସମିତିସଭ୍ୟା ଜ୍ୟୋର୍ତିମୟୀ ପଣ୍ଡା, ଏନ.ସି.ସି ଅଫିସର ବିଜୟ କୁମାର ପରିଡା, ଶଚ୍ଚିକାନ୍ତ ବିଶ୍ୱାଳ ପ୍ରମୁଖଙ୍କ ଉପସ୍ଥିତିରେ ଶହୀଦଙ୍କ ପ୍ରର୍ତ୍ତିମୂର୍ତ୍ତିରେ ମାଲ୍ୟର୍ପଣ କରାଯାଇଥିଲା । ଶହୀଦଙ୍କ ପତ୍ନୀଙ୍କୁ ଏନ୍,ସି,ସିଙ୍କ ତରଫରୁ ଉପଢ଼ୌକନ ପ୍ରଦାନ କରାଯାଇଥିଲା । ଏହି ଅବସରରେ ସରପଞ୍ଚ ଶ୍ରୀ ପାଣି କହିଥିଷଲ ଯେ ଶହୀଦଙ୍କ ଘର ଆଗରେ ଯାଇଥିବା ବନପୁର- ଦାଶବିଦ୍ୟାଧରପୁର ରାସ୍ତାର ନାମ କରିଣ ଶହୀଦଙ୍କ ନାମରେ କରିବା ପାଇଁ ପଞ୍ଚାୟତସମିତି ବୈଠକରେ ଆଣିବା ସହ ଜିଲ୍ଲାପାଳଙ୍କୁ ସ୍ୱତନ୍ତ୍ର ଭାବେ ଦାବି କରିବେ ବୋଲି କହିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩୧/୩/୨୦୨୨--୫,୧୦ Sakhigopal News, 31/3/2022