Breaking News

୨୪ତମ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

The 24th volleyball tournament is being celebrated


ସାକ୍ଷୀଗୋପାଳ----- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ମହୁରା ଗ୍ରାମ ପଞ୍ଚାୟତର ବାଗଲପୁରର ବାସୁଦେବ କ୍ଳବ ପଡିଆରେ ୨୪ ତମ ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ଅଞ୍ଚଳରୁ ୭ଗୋଟି ଦଳ ଯୋଗ ଦେଇଥିଲେ । ନାଗପୁର ଓ ତଡାସ ଦଳ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା ।ନାଗପୁର ଦଳ ୨୫-୧୧, ୨୬-୨୪ ଓ ୧୫-୮ସେଟରେ ତଡାସ ଦଳକୁ ହରାଇ ୨୦୨୨ ବର୍ଷର ଚମ୍ପିୟାନ ହୋଇଥିଲା । ରାମଚନ୍ଦ୍ର ପଣ୍ଡା ଓମହାବୀର ସ୍ୱାଇଁ ଖେଳ ପରିଚାଳନ କରିଥିଲେ ।ଅତିଥି ଭାବେ ମହୁରା ପଞ୍ଚାୟତର ସମିତିସଭ୍ୟ ଶରିତା ପିୟଦର୍ଶନୀ ପରିଜା, ସମିତିସଭ୍ୟ ପ୍ରେମାନନ୍ଦ ବେହେରା, ଓ କେତକୀପାଟଣା ସମିତିସଭ୍ୟ ସମ୍ପଦ ପରିଡା ଖେଳ ଉଦଘାଟନ କରିଥିଲେ । କ୍ଳବର ସଭାପତି କହନ୍ତି କ୍ଳବ ହେବାଦିନ ଠାରୁ ଭଲିବଲ ମ୍ୟାଚ ଏଠାରେ ଅନୁଷ୍ଠିତ ହେଉଛି ।   

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୬/୩/୨୦୨୨----୬,୨୦  

 Sakhigopal News, 26/3/2022

Blog Archive

Popular Posts